Audio

Forum

Read

Contests

Language


Write

Sign in
Wohoo!,
Dear user,
କି ଦୋଷ ଥିଲା ମୋହର?
କି ଦୋଷ ଥିଲା ମୋହର?
★★★★★

© Firoj Kumar Patel

Others

1 Minutes   6.6K    9


Content Ranking

ଆଜିଠୁ ବନ୍ଦ କଲି

ତୁମକୁ କବିତାରେ ଆଙ୍କିବାର,

ଆଜିଠୁ ବନ୍ଦ କଲି

ତୁମ ଶ୍ରାବଣରେ ଭିଜିବାର,

ଏବେଠୁ ହିଁ ରଦ କଲି

ତୁମ ସ୍ମୃତି ଆକାଶରେ ଉଡାଣ,

ବନ୍ଧ... ହଁ ସବୁ ବନ୍ଦ ।

 

ଶ୍ରାବଣ ଉଜାଉ ଥାଉ 

ବସନ୍ତର ମଳୟ ପରସ

ପ୍ରକୃତିକୁ ମତୁଆଲା କରୁ

ମୋର କ'ଣ ଯାଏଆସେ ?

 

ସ୍ପଦନ ଚାଲୁ ନିରନ୍ତର

ଜୀବନର ପ୍ରମାଣ ଦେବାକୁ

ମୋପ୍ରତି ଅଙ୍ଗେ ଲାଗୁ ନିଆଁ

ମତେ ପ୍ରତିକ୍ଷଣ ମାରିବାକୁ ...

 

ଠିକ୍ ଅଛି ଚାଲ...

ତୁମ ପାଷାଣ ହେବାର ଅଭିନୟରେ

ଆଜିଠୁ ମୁଁ ବି ସାମିଲ୍ ହେବି

ହେଲେ ମୋ ମନ ହିମାଳୟ ତରଳେଇ

ଯେଉଁ ଗଙ୍ଗା ଗଢିଛ

ତାକୁ ରୋକିବି କେମିତି ?

 

ବଡ଼ ଅଜବ୍

ଏ କୁଟନୀତି ତୁମର

ଚୁପ୍ ରହିଲ କିଆଁ, ଜବାବ ଦିଅ

କୁହ ତ ଥରେ

କି ଦୋଷ ଥିଲା ମୋହର?

 

ଫିରୋଜ କୁମାର ପଟେଲ 

ସୁନ୍ଦରଗଡ, ଫୋନ- ୯୭୭୭୬୩୨୩୩୦

 

#prema #kutaniti #dosa #priya

Rate the content


Originality
Flow
Language
Cover design

Comments

Post


Some text some message..