Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Raja Sekhar CH V

Others

4.0  

Raja Sekhar CH V

Others

କଳିଙ୍ଗ କୀର୍ତ୍ତି ଗୀତି

କଳିଙ୍ଗ କୀର୍ତ୍ତି ଗୀତି

1 min
387


ରଚନା : ଶ୍ରୀ ରାଜଶେଖର ସି 'ଚିମା'


ଓଡ଼ିଆ କଥା କହୁଛି ପ୍ରତି ପଲ୍ଲୀ,

ଓଡ଼ିଆ ଗୀତ ଗାଉଛି ପ୍ରତି ପଲ୍ଲୀ,

ଓଡ଼ିଆ କଥା କେତେ ଯେ ସୁନେଲି,

ଓଡ଼ିଆ ଗୀତ କେତେ ଯେ ରୂପେଲି |୧|


ମାଆଙ୍କ ମଧୁରବାଣୀ ଯେବେ ଶୁଣିଲି,

ମାତୃଭାଷା ଓଡ଼ିଆ ବୋଲି ମୁଁ ଜାଣିଲି,

ଲାଗେ ଯେମିଟି କୋଇଲି କୁହୁ ବୋଲି,

ବାରମ୍ବାର ପୁନର୍ବାର ଶୁଣିବାକୁ ଚାହିଁଲି |୨|


କୋମ୍ୟ କୋଣାର୍କ ମନ୍ଦିର ଯେବେ ଦେଖିଲି,

ଜୀବନ୍ତ ଶିଳା ଶିଳ୍ପକଳା ନୈପୁଣ୍ୟ ଅନେଇଲି,

ଓଡ଼ିଆ ଶିଳ୍ପୀଙ୍କ ସୃଷ୍ଟି ବୈଭବ ବୈଶିଷ୍ଟ୍ୟ ବୁଝିଲି,

ଭାସ୍କର୍ଯ୍ୟ ସୌନ୍ଦର୍ଯ୍ୟ ବର୍ଣ୍ଣନାତୀତ ବୋଲି କହିଲି |୩|


ଓଡ଼ିଆ ଭାଗବତ ରାମାୟଣ ଯେବେ ଶୁଣିଲି,

ମାଣବସା ଲକ୍ଷ୍ମୀପୁରାଣ ଗାଥା ଯେବେ ଶୁଣିଲି,

ଖନାଙ୍କ ଅମୁଲ୍ୟ ଅକାଟ୍ୟ ବଚନ ଯେବେ ଶୁଣିଲି,

ପ୍ରାଚୀନ କାଳୀନ ଓଡ଼ିଆ ର ମୂଲ୍ୟାୟନ ଜାଣିଲି |୪|


ଜଗାଙ୍କ ସହସ୍ରନାମ ସ୍ତୋତ୍ର ଯେବେ ପଢ଼ିଲି,

ଶ୍ରୀଜଗନ୍ନାଥାଷ୍ଟକମ୍ ସ୍ତୋତ୍ର ଯେବେ ପଢ଼ିଲି,

କଳାକାଞ୍ଚନଙ୍କ ସୁନାବେଶ ଯେବେ ଦେଖିଲି,

ଉତ୍କଳବାସୀଙ୍କ ରାଜାଧିରାଜ ବୋଲି ଜାଣିଲି |୫|


ପୁରୀ ଶ୍ରୀମନ୍ଦିର ମହାପ୍ରସାଦ ଯେବେ ଭୁଞ୍ଜିଲି,

ବଳଦେବଜୀଉଙ୍କ ରସାବଳୀ ଯେବେ ଚାଖିଲି,

ଅନନ୍ତ ବାସୁଦେବଙ୍କ ଅବଢ଼ା ଯେବେ ଖାଇଲି,

ଔଡ୍ର ପାକବିଧାନ ପ୍ରାବୀଣ୍ୟ ପ୍ରାଶସ୍ତ୍ୟ ଚିହ୍ନିଲି |୬|


ଦହି ପଖାଳ ବଡ଼ିଚୁରା ଯେବେ ଖାଇଲି,

ଛେନାପୋଡ଼ ଛେନାଝିଲି ଯେବେ ଖାଇଲି,

ପାହାଳ ରସଗୋଲା ମିଠା ଯେବେ ଖାଇଲି,

ଓଡ୍ର ସ୍ୱାଦିଷ୍ଟ ବିଶିଷ୍ଟ ବ୍ୟଞ୍ଜନ ବିଷୟ ଜାଣିଲି |୭|


ଅସଙ୍ଖ୍ୟ କଳିଙ୍ଗ କୀର୍ତ୍ତି ଗୀତି ଶୁଣି ଶୁଣି ଚାଲିଲି,

କଳିଙ୍ଗଦେଶ ର ଗୁଣଗାନ ଗାଇ ଗାଇ ଚାଲିଲି,

ଉତ୍କଳପ୍ରଦେଶ ପର୍ଯ୍ୟଟନ ଦେଖି ଦେଖି ଚାଲିଲି,

ଉତ୍କଳ ଜନନୀଙ୍କ ଅଭୁଲା କଥା କହି କହି ଚାଲିଲି |୮| 


Rate this content
Log in