Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Debashis Mohanty

Others

2  

Debashis Mohanty

Others

ଧନ୍ୟବାଦ... ଓଡ଼ିଆ କବିତା.. "ଶ୍ରାବଣ କୁ ପଦେ"...(An appeal to SHRAVAN)💜

ଧନ୍ୟବାଦ... ଓଡ଼ିଆ କବିତା.. "ଶ୍ରାବଣ କୁ ପଦେ"...(An appeal to SHRAVAN)💜

1 min
1.6K


ଧନ୍ୟବାଦ... ଓଡ଼ିଆ କବିତା..
"ଶ୍ରାବଣ କୁ ପଦେ"...(An appeal to SHRAVAN)💜
ଶ୍ରାବଣ କୁ ଦିନେ କହିଲି ବୁଝାଇ ମୋ ପ୍ରିୟା ପାଖକୁ ଯିବୁ !!!
ତା ଗାଲକୁ ଟିକେ ଚୁମି ଦେଇ ଥରେ ମୋ ଉପରେ ବର୍ଷୁ ଥିବୁ !!!...(୧)
କହିଲା ଶ୍ରାବଣ ଧୀରେ ମୋର କାନେ ମେଘକୁ କହିବ ନାହିଁ...
ଅଲାଜୁକ ମେଘ ଜାଣିଲେ ଏକଥା କେବେ ବି ଫେରିବ ନାହିଁ...(୨)
ମେଘ ଯେବେ ଆସି ପହଞ୍ଚେ ମୋ ପାଶେ ଶ୍ରାବଣ ତ ଦେଲା ଠlରି...
ଭୁଲ ବୁଝିବନି ମେଘ ରାଜା ତମେ, କରିବି ଏକ ଗୁହାରି...(୩)
ମେଘ କାନେ ତମ (ନିଶିଗନ୍ଧା !) ଠିକଣା ତା କହି ମିଛ ବାହାନା ଟେ କଲି...
ସେଇ ସହର ରେ ଖାଲି ବର୍ଷୁ ଅଛ ଗଲ କି ଆମକୁ ଭୁଲି !!!...(୪)
ସେଇଦିନୁ ମେଘ ଛୁଇଁ ତମ ଗାଲ ଆମ ଗାଆଁରେ ରହିଛି...
ଯେବେ ମୁଁ ଭାବୁଛି ତମ କଥା ଗୋରୀ ବର୍ଷା ମୋତେ ଭିଜାଉଛି...(୫)
ତମ କଥା ଗୋରୀ(ନିଶିଗନ୍ଧା !) ମନେ ପଡିଗଲେ ବର୍ଷା ମୋତେ ତିନ୍ତାଉଛି..
(ସତେ ଅବା) ମୋ ଦୁଃଖ ରେ ଦୁଃଖୀ ହେଇ ମେଘ ରାଜା ଲୁହ ଖାଲି ଝରାଉଛି...(୬)
ଧନ୍ୟବାଦ...💜
(ଉପରୋକ୍ତ କବିତା ଟି ଓଡିଆ ଫିଲ୍ମ "ବଦମାସ ଟୋକା" ର ସୁଟିଂ ସେଟ(ସାଇ ସବୁରି ହସ୍ପିଟାଲ, ଭୁବନେଶ୍ୱର ରେ ତା ୩୧-୦୭-୨୦୧୬ ରିଖ ରେ ଏକ ବର୍ଷଣ ମୁଖର ଦିବସ ରେ ରଚିତ ହୋଇଥିଲା ଶ୍ରାବଣ କୁ ଏକ ଅନୁରୋଧ ସ୍ୱରୂପ...)
ଦେବାଶିଷ ମହାନ୍ତି...ପାରିଜାତ କଲୋନୀ, ରସୁଲଗଡ଼, ଭୁବନେଶ୍ୱର-୭୫୧୦୧୦. ଫୋନ-(+୯୧୯୪୩୮୨୯୦୬୦୬).
Email: devam999999@gmail.com


Rate this content
Log in