Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Chittaranjan Lenka

Others

3  

Chittaranjan Lenka

Others

ନିଜ ମଣିଷ

ନିଜ ମଣିଷ

1 min
7.0K


ଭଗାରି ତ ଯିଏ        ତୁମ ଦୋଷ ତୃଟି

ଟିକିଏ କଥାରେ ବଖାଣୁ ଥିବ

ହେଲେ ତୁମ ଦୋଷ       ଧରୁଅଛି ଯିଏ

ସଭିଙ୍କୁ ଭଗାରି କେବେ ନ ଭାବ


ନିଜ ଲୋକ ଯିଏ       ସେ ବି କହିଥାଏ

ଦେଖିଲେ ତୁମର ସାମାନ୍ୟ ଦୋଷ

ଦୋଷ ଲଦିବାର          ପୂର୍ବରୁ ଭାବିବ

ଭଗାରି କି ସିଏ ନିଜ ମଣିଷ


ନ ବୁଝି ନ ଶୁଝି          ନିଜର ଲୋକକୁ

ଭାବିଦେବ ତୁମେ ଯଦି ଭଗାରି

ସବୁଠାରୁ ବଡ     ଭୁଲ ହୋଇଯିବ

ନ ଭୁଲ ଏହାକୁ କେବେ ଯେପରି

ଚିତ୍ତ ରଞ୍ଜନ ଲେଙ୍କା (କଟକ) ©


Rate this content
Log in