Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasant Kumar Nath

Comedy Tragedy

0.2  

Prasant Kumar Nath

Comedy Tragedy

ଟମାଟୋ

ଟମାଟୋ

4 mins
6.5K


ଟମାଟୋ

ଭାରି ଚର୍ଚ୍ଚା ଏବେ ତୋର ଟମାଟ,

ସବୁଆଡେ ଖାଲି ତୋହରି ଫଟୋ ।

ତୋ ସାଥିରେ କେ ସେଲଫି ନେଉଛି 

କିଣିଛି ବୋଲି କିଏ ଖୁସି ହେଉଛି ।

ତୋ ପାଇଁ ବଜ଼ାର ଯାଉନି କିଏ

ବଜାର ଗଲେ କିଏ ଲୁହ ଝରାଏ ।

ଶୁଣିଦେଲେ କିଏ ତୋହରି ଦର

ବଢି ଯାଉଛି କା'ର ବ୍ଲଡ଼ପ୍ରେସର ।

ତୋ ବିନା ସୁଆଦ ଲାଗେନି କିଛି 

ବେପାରୀଙ୍କ ଏବେ ଭାଉ ବଢିଛି ।

ଖୁସିରେ ନାଚୁଛି ଟମାଟୋ ଚାଷୀ

ବହୁ ଦିନ ପରେ ତାକୁ ମିଳିଛି ଖୁସି ।

ତୋ ଦେହରେ ହାତ ହେଉନି ମାରି

ସତେ ତୁ ସାଜିଛୁ ବିଶ୍ୱ ସୁନ୍ଦରୀ ।

ତୋର ବ୍ୟବହାରେ ଲାଗୁଛି ଡର

ତୋ ବିନା ଖାଲି ଖାଲି ରୋଷେଇ ଘର ।

କିଲେ ଯାଗାରେ କିଏ ପାଏ ଟେ ନିଏ

ଦେଖି ଚାହିଁ କରିବାକୁ ଘରେ ତା କୁହେ ।

ତୋତେ ନେଇ ଚାଲେ କେତେ ରାଜନୀତି

ସବୁଆଡେ ଆଜି ତୋର ଯଶ ଖ୍ୟାତି ।


Rate this content
Log in

Similar oriya poem from Comedy