Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukanta Mohapatra

Others

2  

Sukanta Mohapatra

Others

ସ୍ଵପ୍ନ ଓ ବସ୍ତି

ସ୍ଵପ୍ନ ଓ ବସ୍ତି

1 min
6.6K


ସ୍ଵପ୍ନ ଓ ବସ୍ତି 

ସୁକାନ୍ତ ମହାପାତ୍ର 

ସ୍ଵପ୍ନ ସବୁ ଧାଡିଧାଡି  

ବସ୍ତିକୁ ଧସେଇ ପସନ୍ତି

ମନରେ ନେଇ

ରଂଗୀନ ସହରର ଆସକ୍ତି ...

 

ବସ୍ତିର ପରିଚୟହୀନ ଛୋଟଛୋଟ କୁଡିଆ

ଅଂକାବଂକା ଆଉ ଖୁନ୍ଦାଖୁନ୍ଦୀ

ସତେ ଯେମିତି କରିଦିଏ

ସ୍ଵପ୍ନ ସବୁକୁ ପଣବନ୍ଦୀ ...

 

ଜୀବନ ତ ସେମିତି ଥାଏ

ବଞ୍ଚିବାର ପରିଧି ଯାହା ବଦଳିଯାଏ...

ସ୍ଵପ୍ନ ଖାଲି ଥାଏ କାଲିର ଭୋକର

ଆଉ ଡର ବସ୍ତି ବାହାର ଦୁନିଆର ...

 

ବେଳେବେଳେ ସକାଳର ସୂରୁଜ

କୁଡିଆରେ ବନ୍ଦୀ ସ୍ଵପ୍ନକୁ ଛୁଇଁଯାଏ,

ସ୍ଵପ୍ନକୁ ଝଂକାଇ ତାର ସ୍ଵପ୍ନ ମନେପକାଇଦିଏ ।

 


Rate this content
Log in