Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Byangakabi Dharmachhada

Comedy

3  

Byangakabi Dharmachhada

Comedy

ବର୍ଷା

ବର୍ଷା

1 min
13.8K


ବର୍ଷା

 

ବ୍ୟଙ୍ଗକବି ଧର୍ମଛଡ଼ା

 

ଘଡ଼ଘଡ଼ି ମାରେ ସାରା ରାଇଜରେ

       ବିଜୁଳି ନିଆଳି ଗୁହାଳ ଘରେ,

ରାମଶିଆଳର ଲଘୁଚାପେ ଆଜି

       ମେଣ୍ଢା ଆଖିରୁ ଯେ ଲୁହ ଝରେ ।

ଭାରତ ବଜାରେ ଜିଏସଟିର ଝଡ଼

       ଲୁଟେରା ନିୟମକୁ ଦେଖି ଡରେ,

ପରିବା ବଜାରେ ପଶିଗଲେ ଭାଇ

       ସଭିଙ୍କ ଆଖିରୁ ବରଷା ଝରେ ।

ମୋ ବୁଥ୍ ମଜବୁତ୍ ଘୂର୍ଣ୍ଣିବାତ୍ୟା ଯେ

       ବୃଷ୍ଟି କରେ ଭାରି ଭଲ ବର୍ଷା,

ବେଙ୍ଗ ଡେଉଁଛନ୍ତି ପଦ୍ମ ପୋଖରୀରେ

       ଶଙ୍ଖପତି କରୁଛନ୍ତି ଭାରି ଈର୍ଷା ।

ଶନି-ରାହୁ ଦୋଷେ ପୋଖରୀ ଶୁଖିଲା

       ମାଛ ଯାଆନ୍ତି ପୋଖରୀ ଛାଡ଼ି,

ମୌସୁମୀ ରୁଷିଛି ଓଡ଼ିଶା ମାଟିରେ

       ଶୁଣି ଭାଲୁ ଶୁର ଘଡ଼ଘଡ଼ି ।

ସାଂସଦ ବୟାନ ମୌସୁମୀ ଆଣିଛି

       ଛତାରେ ହେଉଛି ବିରାଟ କଣା,

ଯେତେ ଚେଷ୍ଟା କରି ବର୍ଷାରେ ଭିଜନ୍ତି

       ହୋଇଯାଇ ସବୁ ବାଟବଣା ।

 

‘ସ୍ନେହାଳୟ’, ଦ୍ୱିତୀୟ ମହଲା

କାଫଲା ବଜାର, କଟକ-୭୫୩୦୦୨

ଫୋନ-୯୧୨୪୮୦୯୯୦୦

*****


Rate this content
Log in

More oriya poem from Byangakabi Dharmachhada