Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukanti Hotta

Others

5.0  

Sukanti Hotta

Others

ଶୀତ ସକାଳର ପାହାନ୍ତି ଖରା

ଶୀତ ସକାଳର ପାହାନ୍ତି ଖରା

1 min
309


ଶୀତ ସକାଳର କାକର ବୁନ୍ଦାରେ

ସୂର୍ଯ୍ୟଙ୍କ ସୁନେଲି ରଶ୍ମୀ

ଅତି ମନଲୋଭା ଦୃଶ୍ୟକୁ ଦେଖି

ଆଖି ହୋଇଯାଏ ଖୋସି l


ଶୀତ ସକାଳର ପାହାନ୍ତି ଖରାରେ

ଚା ଧରି କରି ହାତେ

ବୁଢ଼ାବୁଢ଼ୀ ଦୁହେଁ ଆନନ୍ଦ ମନରେ

ବସିଛନ୍ତି ସାଥେ ସାଥେ l


ବାରଣ୍ଡା ଉପରେ ଚଟେଇ ବିଛେଇ

ତେଲ ଶିଶିଟିକୁ ନେଇ

ଶୁଷ୍କ ଶରୀରେ ତେଲକୁ ଲଗାଇ

କହନ୍ତି ଯିବେ ଗାଧୋଇ l


ବୁଢ଼ା କହୁଅଛି ବୁଢ଼ୀକୁ ଅନେଇ

ଏ ବର୍ଷ ପ୍ରଚଣ୍ଡ ଶୀତ

ହାଡ଼ ଭଙ୍ଗା ଶୀତ ସହି ହେଉନାହିଁ

ଦେହେ ନାହିଁ ଆମ ରକ୍ତ l


ବିଦେଶରୁ ପୁଅ ଘରକୁ ଆସିଲେ

ଆଣିବ ଗୋଟିଏ ଯନ୍ତ୍ର

ଅତି ଆନନ୍ଦରେ ଶୋଇବା ରାତିରେ

ଜପି ଗାୟତ୍ରୀ ମନ୍ତ୍ର l


Rate this content
Log in