Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amulya Kumar Panda

Comedy

3  

Amulya Kumar Panda

Comedy

ପାଞ୍ଚ ବର୍ଷିଆ ବେପାର

ପାଞ୍ଚ ବର୍ଷିଆ ବେପାର

1 min
6.9K


 ପାଞ୍ଚ ବର୍ଷ ପାଇଁ ଭୋଟ କିଣିଲେ

ଭୋଟ ବେପାରୀ ଦଳ

ଭୋଟ ବିକିକି ଭୋଗୁଛନ୍ତି ସର୍ବେ

ନିଜ କୃତକର୍ମ ଫଳ

ଧନ୍ୟ ସରକାରୀ କଳ

ବିଚରା ଭୋଟର ଭକୁଆ ହୋଇକି

ଚାହିଁଛନ୍ତି ଜଳ ଜଳ ।

ଫମ୍ପା ପ୍ରତିଶ୍ରୁତି ଦେଇ ଦେଇକି

ରାଜକୋଷ କଲେ ଖାଲି

ନିର୍ଲଜ ସମ ଦୁଇ ହାତ ଯୋଡ଼ି

ଆସିଯିବେ ପୁଣି କାଲି

ପାଞ୍ଚ ବର୍ଷ ଗଲା ଚାଲି

କହିବେ ଆମକୁ ବେଳ ଅଣ୍ଟିଲାନି

ସଜାଡ଼ୁ ସଜାଡ଼ୁ ପାଲି ।

ପାଞ୍ଚ ବର୍ଷିଆ ବେପାର ତାଙ୍କର

ଶାସନ କରନ୍ତି ରହି

ଭୁଆଁ ବୁଲାନ୍ତି ଭୋଟର ମାନଙ୍କୁ

ମିଠା ମିଠା କଥା କହି

ଖଟା କରି ନିଜ ଦହି

ପାଞ୍ଚ ବର୍ଷ ପାଇଁ ପାଷାଣ୍ଡ କର୍ମକୁ

ଯାଆନ୍ତି ଭୋଟର ସହି ।

_______________________________________

------------------- ଅମୂଲ୍ୟ କୁମାର ପଣ୍ଡା ---------------------


Rate this content
Log in

Similar oriya poem from Comedy