Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Prasanta kumar Hota

Romance

3  

Prasanta kumar Hota

Romance

ସମ୍ପର୍କର ଫୁଲ ପାଖୁଡ଼ା ପାଖରେ

ସମ୍ପର୍କର ଫୁଲ ପାଖୁଡ଼ା ପାଖରେ

1 min
237


ସମ୍ପର୍କର ଫୁଲ ପାଖୁଡ଼ା ପାଖରେ

ବିଶ୍ଵାସରେ ଭରେ ରଙ୍ଗ

ସୁଖ ଭରୁଥାଏ ସୁଖଦ ସ୍ମୃତିରେ

ପୁଲକିତ କରି ଅଙ୍ଗ।

ମନକୁ ସୁନ୍ଦର ମନର ମଣିଷ

ନମିଳିଲେ ସବୁ ବିଷ

ସବୁଥାଇ ପୁଣି ମନଟିଏ ଵିନା

ଲାଗୁଥାଏ ସଦା ନିସ୍ଵ ।

ମନ ଖୋଜେ ମନ ମନ ମକରନ୍ଦ

ଯାଠାରୁ ଝରିବ ମଧୁ

ନପାଇଲେ ନେତ୍ର ନପୁରିବ ଗାତ୍ର

ଜୀବ ହୁଏ ବାରବଧୁ।

ସମ୍ପର୍କର ଫୁଲ ପାଖୁଡ଼ା ପାଖରେ

ଥିଲେ ଦେଉଥାଏ ରଙ୍ଗ

ସୁଖ ଭରିଦିଏ କୋଣେ ଅନୁକୋଣେ

ପୁଲକିତ ହୁଏ ଅଙ୍ଗ।

ମନକୁ ସୁନ୍ଦର ମନର ପୁରୁଷ

ଅନ୍ୟ ଠାରେ ହେଲେ ବିଷ

ଅନ୍ୟ ଖୁସି ଦେଖି ଅସହିଷ୍ଣୁ ହେଲେ

ଲାଗୁଥାଏ ସଦା ନିସ୍ଵ।


ପ୍ରଶାନ୍ତ କୁମାର ହୋତା


Rate this content
Log in