Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Others Romance

4.9  

ବି. ନିରୁପମା

Others Romance

ମୁଁ କି ନୁହେଁ ଆପଣାର

ମୁଁ କି ନୁହେଁ ଆପଣାର

1 min
7.0K


ମୋ ଉପରେ ତୁମେ ଅଭିମାନ କରି

ରହୁଛ କି ଦୂରେ ଦୂରେ,

ଦେଖା ହେଲେ ସିନା ବୁଝାଇ କହନ୍ତି

ମୋ ହୃଦୟ କଥା ଥରେ ।

ଏ ଅଭିମାନରୁ କି ଅବା ମିଳୁଛି

ଖୋଲି କରି ମୋତେ କୁହ,

ତୁମ ଛାତି ତଳେ ହୁତୁ ହୁତୁ ନିଆଁ

ଜଳେ ସିନା ଅହରହ ।

ମୁଁ ଏଠି ତୁମକୁ ଝୁରି ମରୁଅଛି

ମନ ଦେଇଅଛି ବୋଲି,

ତୁମେ କି ଗୋ ମତେ ଜାଣି ଶୁଣି ସତେ

କେବେଠୁ ଗଲଣି ଭୁଲି।

ହୃଦୟର କଥା ଖୋଲି କୁହ ଥରେ

ମୁଁ କି ନୁହେଁ ଆପଣାର,

କେଉଁ ଅପରାଧେ ମୋତେ ଆ ଗୋ ରାଧେ

ମଣୁଅଛ ସାତ ପର ।

ବି ନିରୁପମା

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ ।


Rate this content
Log in