"ମୁଁ ଲେଖିବି..."
"ମୁଁ ଲେଖିବି..."
ମୁଁ ଲେଖିବି--
ହେଲେ, କ'ଣ ଲେଖିବି?
ପୁଣି ଥରେ ଜହ୍ନ ଆଉ ଜୋଛନା!
ଅବା
ସମାଜରେ ହେଉଥିବା ଛଳନା?
ଲେଖିବିକି
କଳ୍ପନାର ଏକ ନୂତନ ସକାଳ!
ତୁମକୁ ନେଇ ଏକ ସୁନ୍ଦର ଗଜଲ?
ଅବା
ଦୁଃଖ, ଦରଦ ଭରା
ଅଶ୍ରୁ ଜଳ...
ନା'--
ବର୍ଣ୍ଣିବି ମୁଁ, ସେମାନଙ୍କ ଉପକାରକୁ,
କରିଥିବା ପ୍ରତିକାର କୁ,
ଅବା
ରଙ୍ଗେଇ ଦେବି ସ୍ୟାହିରେ,
ନିଜ ଜୀବନ ଯନ୍ତ୍ରଣା ର ଶରଶଯ୍ୟାକୁ??
ମୁଁ ଲେଖିବି......