Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Samir Kar

Fantasy Others

3  

Samir Kar

Fantasy Others

ବର୍ଷା-ଋତୁ

ବର୍ଷା-ଋତୁ

1 min
753


ଆସି ଗଲା ବର୍ଷାରାଣୀ

ଖସି ଗଲା ଖରା

ଖୁସି ହେଲେ, ତରୁ ଲତା

ହସିଦେଲା ଧରା ।

ଋଷିଗଲେ, ତାରା ଜହ୍ନ

ବାଦଲ ଉହାଡେ

ନଦିଶିଲେ ପ୍ରଭାକର

ପୂରବୀ ପାହାଡେ ।

ଚଷିଗଲେ ଚଷାଭାଇ

ଜମି ବାଡିକ୍ଷେତ

ପଶିଗଲେ ଘରେ ଘରେ

ଥଣ୍ଡା ସନ୍ନିପାତ ।

କାଶି ହେଲେ କଫ ରୋଗୀ

କଷ୍ଟେ ମଷ୍ଟେଘରେ

ଘୋଷି ହେଲେ ବେଙ୍ଗ ପଲ

କେଁ କଟ୍ର ସ୍ବରେ ।

ଲେଶି ହେଲେ ନୀଳାକାଶେ

କୃଷ୍ଣ ମେଘମାଳ

ଶୋଷିନେଲେ ଜଳାଶୟେ

ଯେତେ ପାରି ଜଳ ।

ବାସିଗଲେ ଚତ୍ତୁର୍ପାଶେ

ଜୁଇ ଜାଇ ଚମ୍ପା

ନିଶି ହେଲେ, ନିଶାଚର ଶବ୍ଦେ

ହୃଦ କମ୍ପା ।

ବସିଗଲେ ଖଗ କୂଳ",

ଖାଦ୍ୟ ବିନା ମୁଠେ

ଫଶିଗଲେ ମାଛ ଜାଲେ

ନଦୀ ବନ୍ଧ ତୁଠେ ।

ପେଶିହେଲେ ଗୋରୁ ପିଲେ

ବିଲେ, କଲେ ହଳ

ଦିଶି ଗଲେ କାଣ୍ଡନଳୀ

ଦାଣ୍ଡେ ଦଳ ଦଳ ।

ଧସି ହେଲେ ମଶା-ମାଛି

ଦେଖି ବର୍ଷା ଋତୁ

ଠେସି ହୋଇ ପଚା ପାଳ

ଫୁଟି ଉଠେଛତୁ ।

ବେଶି ହେଲେଝଡି ବର୍ଷା

ବନ୍ୟା ପରିସ୍ଥିତି

ଭାଷିଗଲେ ଭାରୀ ଜଳେ

କେତେ ଜୀବ ଜାତି ।

ମିଶିଗଲେ ନଦ ନଦୀ

ଦରିଆ ଭିତରେ

ଘୋଷିହେଲେ ବର୍ଷା ବାଖ୍ୟା

ପିଲାଏ ଗୀତରେ ।


Rate this content
Log in

Similar oriya poem from Fantasy