Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Inspirational

4.9  

ବି. ନିରୁପମା

Inspirational

ଅକ୍ଷର ଶିଖେଇ ଦେବୁ

ଅକ୍ଷର ଶିଖେଇ ଦେବୁ

1 min
356


ଦୁନିଆ ଯାକର ଖବର ଏଥିରେ

ଛପା ହେଇଚି ଲୋ ମାଆ ,

ଯୋଉ ଠାରେ ଯେଉଁ ଘଟଣା ଘଟିଛି

ଲେଖା ଯାଇଅଛି ତାହା ।


ଆମ ସରକାର କିସ କହିଛନ୍ତି

ବିଦେଶକୁ ଏବେ ଯାଇ ,

କେଉଁ ସବୁ କାମ କରୁଛନ୍ତି ଦେଶେ

ଲୋକଙ୍କ କଲ୍ୟାଣ ପାଇଁ ।


କେଉଁଠାରେ ଖେଳ କେଉଁଠାରେ ଗୋଳ

ଏଇଥିରେ ବାହାରିଛି ,

କୋଉଠି କି ସଭା କାହା ଝିଅ ବିଭା

ଛାପି ହୋଇ ଆସିଅଛି ।


ରହ ଟିକେ ତୋତେ ବୁଝେଇ କହୁଛି

ବାପା ବି ଶୁଣନ୍ତୁ ବସି ,

ପାଠ ଦି'ଅକ୍ଷର ପଢ଼ିଥିଲି ବୋଲି

ଲାଗୁଅଛି ଭାରି ଖୁସି ।


ଜୀବନ ସାଥୀ ମୋ କରି ଆଣିଅଛୁ

ମନଲାଖି ଗୋଟେ ବୋହୂ ,

ସିଏ ବି ବୋଲୁଛି ଗୀତ ,ଭାଗବତ

ଯେବେ ତୁ ଖୁସିରେ କହୁ ।


ତୁମେ ଦି'ଅକ୍ଷର ପଢ଼ିଥା'ନ୍ତ ଯଦି

ପଢ଼ିକି ଜାଣନ୍ତ ସବୁ ,

ରାଜି ହେବ ଯଦି ଆମେ ଦୁହେଁ ମିଶି

ଅକ୍ଷର ଶିଖେଇ ଦେବୁ ।।


ବି. ନିରୁପମା

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ ।


Rate this content
Log in

Similar oriya poem from Inspirational