Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Pattnayak

Others

3  

Santosh Pattnayak

Others

ନିର୍ବାଣକୁ ନିଅ ମନ

ନିର୍ବାଣକୁ ନିଅ ମନ

1 min
6.7K


ଫଗୁଣଟା ଗଲା ରଙ୍ଗ ବୋଳିଦେଇ

    ଚାଲିଛି ଚଇତି ଯାତ

ମନେ ଉଙ୍କିମାରେ ଗାଆଁ ସଞ୍ଜବେଳ

    ପକ୍ଷୀ କାକଳୀର ହାଟ....

ମନ ଆନମନା  ବିଚିତ୍ର ଭାବନା

   ଅସମାହିତ ଜୀବନ

ପ୍ରାପ୍ତି - ଅପ୍ରାପ୍ତିର ଅନ୍ତଃ ଦାହନରେ

    ମୋହଗ୍ରସ୍ଥ ଏଇ ମନ

ମଳୟେ ମିଳିଛି ଦିର୍ଘଶ୍ବାସ ସବୁ

   ମିଳନଟା ଦିବାସ୍ବପ୍ନ

 ବିବଶତା କେତେ ଘାରୁଛି ମନକୁ

    ବୈଶାଖିଟା ଧାବମାନ

ଶେଷ ହେଉ ଏଇ ବିଧିର ବ୍ୟବସ୍ଥା

    ମହାବାହୁ ଆର୍ତ୍ତତ୍ରାଣ

 ବିଶ୍ବାସର ଖିଅ ମୁକୁଳିତ ହେଉ

    ନିର୍ବାଣକୁ ନିଅ ମନ.....


Rate this content
Log in