ସରଗପୁର
ସରଗପୁର
ମାନସ ରଞ୍ଜନ ପଟ୍ଟନାୟକ
ଗୋପବନ୍ଧୁଙ୍କର ଆଶା ଯେ ପୁରଣ
ହୋଇଲ ପବିତ୍ର କାଳେ,
ବନ ବିଦ୍ୟାଳୟ ସ୍ଥାପନା କରିଲେ
ତମାଳ, ବକୁଳ ମୁଳେ !
ଯୋଗ ଦେଇଥିଲେ ଆଚାର୍ଯ୍ୟ ପଣ୍ଡିତ
ଗୋଦାବରୀ କୃପାସିନ୍ଧୁ,
ଶିକ୍ଷାଦାନ କଲେ କୁଞ୍ଜ ବନେ ରହି
ଝରିଲା ବିଦ୍ୟାର ବିନ୍ଦୁ !
କେତେ ଝଡଝଞ୍ଜା ପବନର ସ୍ରୋତ
ଭାଙ୍ଗି ନାହିଁ ତାଙ୍କ ନୀଡ,
ଉଣେଇଶ ସାଲ ନଅର ମନ୍ଦିର
ଶିକ୍ଷାଳୟର ଉହାଡ !
ବୈଶାଖର ତାତି ଶ୍ରାବଣରେ ଝରା
ମହକିଲା ତପବନ,
ପବିତ୍ର ମାଟିରେ ରହି ଛାତ୍ରମାନେ
କରିଲେ ଶିକ୍ଷା ଗ୍ରହଣ !
ଛୁରିଆନା ବଣ ମାଳତୀ କୁଞ୍ଜରେ
ଅପୂର୍ବ ମାଧୁର୍ଯ୍ୟ ଦୃଶ୍ୟ,
କାକଳୀ କୂଜନେ କୋକିଳ ମାଧୁରୀ
ସୁଗନ୍ଧ ମହକ ବାସ !
କେତେ ବତାସ ଯେ ବୋହିଲା
ସେତେବେଳେ ନୁଆଁଇଲେ ନାହିଁ ମଥା,
ସମଗ୍ର ଉତ୍କଲେ ବାଣ୍ଟି ଚାଲିଥିଲେ
ଶିକ୍ଷା ଶୋଭନୀୟ ବାର୍ତ୍ତା ।
ଜାଗେଶ୍ଵରୀ ପୀଠ ମୂକ ସାକ୍ଷୀ ଥିଲା
ସୁଆଣ୍ଡୋ ଗ୍ରାମରେ ସେତ,
ପଞ୍ଚ ପ୍ରାଣ ମିଳି ଶପଥ କରିଲେ
ସହାୟ ହୁଅ ଆରତ !
ସାକ୍ଷୀଗୋପାଳଙ୍କ ପଶ୍ଚିମ ପାରୁଶେ
ଗଢିଲେ ବିଦ୍ୟାମନ୍ଦିର,
ବନବିଦ୍ୟାଳୟ କମନୀୟ ଚିନ୍ତା
ଆହା ମୋ ସରଗପୁର ।