Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ଓଡ଼ିଆ ଗଳ୍ପ ଓ କବିତା - ୩

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୩

Classics

ଋତୁ ଚକ ଯାଏ ଘୁରି

ଋତୁ ଚକ ଯାଏ ଘୁରି

1 min
7.0K


ପ୍ରଫୁଲ କୁମାର ସାହୁ


ଟାଇଁ ଟାଇଁ ଖରା ନଇଁ ନଇଁ ଗଲା

ଆକାଶେ ବଉଦ ଭାସେ,

କଳା ମେଘ ଦେହେ ବିଜୁଳି ଚମକେ

ଆହା କି ସୁନ୍ଦର ଦିଶେ l

ଘଡ଼ି ଘଡ଼ି ଘଡ଼ି ବାଇଦ ବଜାଏ

ଆକାଶରେ ଘଡ଼ଘଡ଼ି,

ଧାର ଧାର ମେଘ ଆକାଶକୁ ଝରି

ପୁରିଲାଣି ବିଲ ବାଡ଼ି l

କଳାମେଘ ଦେଖି ସାରୁ ଗଛ ମୂଳେ

ବେଙ୍ଗୁଲି ଗାଉଛି ଗୀତ,

ନାଲି ଗୁରୁଗୁରୁ ସାଧବ ବୋହୂଏ

ହୋଇଲେଣି ଆତଯାତ l

ଦାରୁଣ ଗ୍ରୀଷମ ଦୂରେଇ ଯାଇଛି

ଚଷା ପୁଅ ମନ ଖୁସି,

ବରଷାରେ ଭିଜି ଚାଷ କାମେ ଲାଗେ

ଗୀତ ଗାଈ ହସିହାସି l

କିଆ କେତକୀର ବାସରେ ମହକେ

ପାଟ ଗୋହିରିର ବାଟ,

କଦମ୍ବ, ମାଳତୀ, ତଗର ମେଳରେ

ବସିଛି ଫୁଲର ହାଟ l

ଜହ୍ନି, ଭେଣ୍ଡି, ଲାଉ, କଖାରୁ, କାକୁଡ଼ି

ବାଡ଼ିରେ ଯାହାକୁ ଯେତେ,

ଆଷାଢ ମାସରେ ଶ୍ରୀଗୁଣ୍ଡିଚା ଯାତ

ଜଗନ୍ନାଥ ବିଜେ ରଥେ l

ବରଷା ଅଟଇ ଜଗତର ମିତ

ପାଳଇ ବରଷି ବାରି,

ଶୀତ, ଖରା, ପରେ ଆସିଛି ବରଷା

ଋତୁ ଚକ ଯାଏ ଘୂରି l


Rate this content
Log in