Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanta kumar Hota

Inspirational

2  

Prasanta kumar Hota

Inspirational

ଓଡ଼ିଶା ହକି ବିଶ୍ୱ କପ୍

ଓଡ଼ିଶା ହକି ବିଶ୍ୱ କପ୍

1 min
843


ଆସିଛିରେ ଆଶା ପାଇଛୁ ଭରସା

ପୂର୍ଣ ହେବ ଅଭିଳାଷା

ହେବାପାଇଁ ଉଚ୍ଚ ଧରିଅଛୁ ଆଞ୍ଚ

ବାନ୍ଧିଅଛୁ ମନେ ବସା


କଳିଙ୍ଗ ଓଡିଶା ପ୍ରଦେଶ ପ୍ରତ୍ୟାଶା

ସମ୍ମାନ ର ଶତ ଆଶା

ଗୌରବ ଆଣିବା ଗାଥା ଗାଉଥିବା

ହୋଇବା ପ୍ରଥିତଯଶା


ବିଜୁ କଲେ କଥା ଗୌରବର ଗାଥା

କଳିଙ୍ଗ ଟେକିବ ମଥା

ନୟାପଲ୍ଲୀ ଠାରେ ଷ୍ଟାଡିୟମ କରି

ଦେଲେ ସେ ଦେଶକୁ ବାର୍ତ୍ତା


ଆସରେ ଆସରେ ଅଗ୍ରସର ହୁଅ

ଖେଳିବାକୁ ହେବ ଖେଳ

ଓଡ଼ିଶାର ଆମ ସୁନ୍ଦର ଗଡରେ

ହକିର ଅନ୍ତୁଡି ଶାଳ


ପାଇଛୁ ଦିଲିପ ପ୍ରବୋଧ ଈଗ୍ନେସ

ଲାଜାରୁସ ପରି କେତେ

ନବୀନ ଯାହାର ପ୍ରୋତ୍ସାହନ ଭାର

ଆଉ କେ ରହିବ ପଛେ


ସୁଯୋଗ୍ୟ ସନ୍ତାନ ବୋଲି ସିନା ସିଏ

ମହାକୁମ୍ଭ କଲେ ଠିଆ

ହକି ବିଶ୍ୱ କପ୍ ହୋଇଲା ସାକାର

ବିଶ୍ବବାସୀ ଦେଲେ ଵାହା


ଭୁବନେଶ୍ବରକୁ ସଜାଇ ଦେଲେ ସେ

ଅବିଶ୍ୱାସ ହେଲା ଦୂର

ଉତ୍ସବ ମୁଖର ହେଲା ହକି ପାଇଁ

ଆମର ଦ୍ୱୈତ ସହର


କଳିଙ୍ଗ କରିଛି ଷ୍ଟାଡିୟମ ଶ୍ରେଷ୍ଠ

ବିଶ୍ଵବାସୀ ଦେଲେ ମାନ

ଆସିଲେ ମାଧୁରୀ ସାହାରୁଖ ଖାନ

ଆକର୍ଷଣ ରେହେମାନ


ଉତ୍କଳ ପ୍ରଦେଶ ପାଇ ପ୍ରୋତ୍ସାହନ

ହେବ ଏବେ ହକିମୟ

ଉଜ୍ଜୀବିତ ହେବ ଖେଳର ପ୍ରତିଭା

ହେବ ଓଡିଶାର ଜୟ


ପ୍ରଶାନ୍ତ କୁମାର ହୋତା


Rate this content
Log in

Similar oriya poem from Inspirational