Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanna Kumar Madala

Others

2  

Prasanna Kumar Madala

Others

ଆବାହନୀ

ଆବାହନୀ

1 min
6.7K


ବିଭାତେ ତପନ ପୂରୁବେ ଗଗନ,

ବକ୍ଷରେ ମୁହଁକୁ କାଢି,

ପ୍ରତିଟି ତିରଣ ବଦନେ କିରଣ,

ନିରପେକ୍ଷେ ଦିଏ ବାଢି ।

ଚଡକ ଚହଳ ବାରିଦ ବହଳ,

ଧୀରେ ଯାଏ ଅପସରି,

ଅମ୍ବର ଅମଳ ବାହିନୀ ବିମଳ,

ଶୈଳ ଶିଖୁ ଅବତରି ।

ଶୀକର ନିରତ ହୋଇଛି ବିରତ,

ଆତୁରେ ଆବିଳ ଧୋଇ,

ଆସିଛି ଶରତ ବସିଛି ମରତ,

ସତେ ସୁହାଗିନୀ ହୋଇ ।

ଦିଶେ ମଧୁ ଝରା ସବୁଜିମା ଭରା,

ଉପବନ ଧାନ କ୍ଷେତ,

ପଠାପୀଠେ ପରା ସୁନେଲି ଏ ଧରା,

ଉଡାଏ ପାବନୀ ନେତ ।

ଝୁମି ଝୁମି ବାଜେ ନିତି ନୂଆ ସାଜେ,

ନାନା ପୁଷ୍ପ ରେଣୁ ବୋଳି,

ବସୁନ୍ଧରା ନିଜେ ଶିଶିରେ କି ଭିଜେ,

ସମାଗମେ ରାସ ତୋଳି ।

ନବ ବଧୁ ପରି ଅଙ୍ଗରାଗ ଧରି,

ଅପୂର୍ବ ରୂପର ଠାଣି,

ଅଛି କିବା ବରି ଚତୁର୍ଦିଗେ ଭରି,

ଜଗତର ହିତ ଜାଣି ।

ନବୀନ ମହ୍ଲାର ଉତ୍ପଳ କହ୍ଲାର,

ସରସୀ ଜଳେ ହରଷି,

ଅଳିପେ ପ୍ରଚାର କରେ କି ପ୍ରସାର,

ସୁବାସ ନିଜ ପରଷି ।

ଆଜ ଗୋ ଜନନୀ ବିରାଜି ଧରଣୀ,

ପୃଷ୍ଠେ ତୁମ୍ଭ ନିକେତନ,

ଶଙ୍କର ଘରଣୀ ଜୀବନ ତରଣୀ,

ବାହି ନିଅ ନିବେଦନ ।

ତୁମେ ପରା ମାଆ ଆପଦରେ ସାହା,

କରୁଣାର ଅବତାର,

ଶ୍ରୀପୟରେ ଧାରା ନିରନ୍ତରେ ସାରା,

ଦୟା କ୍ଷମା ଝରଣାର ।

ଶାରଦ ନିଶାର ଶୋଭନ ବିସାର,

କରେ ଶ୍ବେତ କାଶତଣ୍ଡୀ,

ତମସ ଦିଶାର କରିଣ ନିବାର,

ଅବରୋହି ଆସ ଚଣ୍ଡୀ ।

ଦୈତ୍ୟ କୁଳେ ଡରି ପାରୁନାହୁଁ ତରି

ନାନାଦି ଲାଞ୍ଛନା କ୍ଳେଶ,

ତୁମ କର ଧରି ଭବଭୟ ହରି

ଯାତନା ନ ରହୁ ଲେଶ ।


ପ୍ରସନ୍ନ କୁମାର ମାଦଳା


Rate this content
Log in