ରଥଯାତ୍ରା
ରଥଯାତ୍ରା
ଆଷାଢ ଶୁକୁଳ ଦୁତିୟା ତିଥିଟି
ଗୁଣ୍ଡିଚା ନାମରେ ଖ୍ୟାତ
ବୁଲିଯିବା ପାଇଁ ମାଉସୀ ଘରକୁ
ବାହାରିବେ ଜଗନ୍ନାଥ
ଦାରୁବ୍ରହ୍ମ ବୋଲି ଜଗତ ଜାଣିଛି
ଅଣାକାର ପ୍ରଭୁ ସାଇଁ
ଅଣାକାର ହୋଇ ଆକାର ତାଙ୍କର
ଭକତ ବାନ୍ଧବ ପାଇଁ
ପହଣ୍ଡିରେ ଆସି ରଥରେ ବସିବେ
ଆରୁଢରେ ହଲି ହଲି
କେତେ ସଜବାଜ ଦେଖିବ ଜଗତ
ଦିଶିବେ ବାମନ ଭଳି
ଯାଉଥିବେ ତିନି ଭାଇ ଓ ଭଉଣୀ
ବଡଦାଣ୍ଡ ସଗହଳି
ଯିବ ସେ କାଳିଆ ଗହଳ ଲଗାଇ
ଭକତ ଦେବେ ଶଙ୍ଖାଳି
ହୁଳହୁଳି ଶବ୍ଦେ ହରିବୋଲ ନାଦେ
ନାଚିବେ ଭକ୍ତ ଭାବରେ
ଜାତି ଧର୍ମ ଭାବ ହେବ ନିର୍ବିବାଦ
ସର୍ବେ ହୋଇ ଏକାକାରେ
ରତନ ବେଦୀରୁ ଜନମ ବେଦୀକୁ
ନ ଦିନ ହେବ ଯାତରା
ଝୁଲି ଝୁଲି ଆସେ ଧାଡ଼ି ପହଣ୍ଡିରେ
ଟାହ୍ୟାକୁ ଟଣା ଓଟରା।
ରେଶମ ରଜ୍ଜୁରେ ରଥ ପରେ ପରେ
ହୁଏ ଟଣା ଭିଡା ସାରା
ବସିବା ହୋଇବେ ଯେଝା ରଥେ ଯିଏ
ଭକତ ଭାବରେ ଭରା
ଗଜପତି ରାଜା କରନ୍ତି ପହଁରା
ଆସେ ଡାହୁକ ଡାକରା
ବଚନେ ଉଚ୍ଚାଟ ଦେଇ ଥାଟ ବାଟ
ଚାଲିବ ରଥ ଘୋଷରା।
ଆଗେ ତାଳଧ୍ଵଜ ତାପରେ ଦରପ
ଦଳନ ଓ ନନ୍ଦିଘୋଷ
ଘଣ୍ଟ ଘୋର ନାଦ ଦେଉଥାନ୍ତି ବାଦ
ଘଣ୍ଟକରେ ଘଣ୍ଟଘୋଷ
ବଡଶଂଖ ଯିବେ ବଳଗଣ୍ଡି ଡେଇଁ
ଗୁଣ୍ଡିଚା ଗୁଡିକୁ ଯିବେ
ବିଶ୍ଵରେ ବିସ୍ମୟ ନୀଳାଦ୍ରି ବିଜୟ
ଭକତ ମନ ମୋହିବେ।
ପ୍ରଶାନ୍ତ କୁମାର ହୋତା