Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ranjita Das

Tragedy

2  

Ranjita Das

Tragedy

ଏକ ବୀରର ସନ୍ତାନ

ଏକ ବୀରର ସନ୍ତାନ

1 min
301


ନା ସେ ବୁଝେନି, 

କି ଜାଣେନି …

କାହଁକି ଏ ନୀରବତା 

ପୁଣି କାହିଁକି ଏ କନ୍ଦାକଟା |

କଅଁଳ ବୟସ, ଅବୁଝା ସେ ମନ |

ଜାଣିନି ସେ ଜୀବନ ଆଉ ମୃତ୍ୟୁର ରହସ୍ୟ,

କି ଜାଣିନି କ'ଣ ଜୀବନର ସଂଘର୍ଷ? 

ବାପା ତାର ଆଜି ଦେଶର ସେବାରେ 

ନିଜ ଜୀବନ ଦେଇଦେଇଛି |

ଦେଶର ସୁରକ୍ଷା ଆଜି ତାକୁ ତା ବାପାକୁ 

ପରିବାରଠୁ ଅଲଗା କରିଦେଇଛି |

କିନ୍ତୁ ସେ ଅବୋଧ ଶିଶୁ କିଛି ଜାଣିନି |

ଆଉ ହେତୁ ପଶିଲା ବେଳକୁ 

ସେ କନ୍ଦା କଟା ନଥିବ କି ସେ ନୀରବତା ନଥିବ |

କିନ୍ତୁ ସେ ଶହୀଦ ବାପାର ପୁଅ ଗର୍ବରେ କହିପାରିବ 

ଯେ ମୁଁ ଜଣେ ବୀରର ସନ୍ତାନ |


Rate this content
Log in

Similar oriya poem from Tragedy