Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bauribandhu Lenka

Inspirational

5.0  

Bauribandhu Lenka

Inspirational

ରଙ୍ଗ ପସରା

ରଙ୍ଗ ପସରା

1 min
14K


ରଙ୍ଗ ପସରା

କଳା ଧଳା ନାଲି

ରଙ୍ଗ ଭଳି ଭଳି

         ବରଷକେ ଥରେ ଆସିଛିରେ ହୋଲି

         ରଙ୍ଗର ପସରା ମେଲି II 0 

ଅଜା ସଙ୍ଗେ ନାତି

ପତ୍ନୀ ସଙ୍ଗେ ପତି

         ଖେଳୁଛନ୍ତି ମିଶି ଯୁବକ ଯୁବତୀ

         ସବୁ ରାଗ ରୁଷା ଭୁଲି

         ରଙ୍ଗର ପସରା ମେଲି II 1

କିଶୋର କିଶୋରୀ

ହାତେ ପିଚକାରୀ

         ରଙ୍ଗ ମରା ମରି ହୁଅନ୍ତି ଆନନ୍ଦେ

         ଗାଁ ଦାଣ୍ଡେ ବୁଲି ବୁଲି

         ରଙ୍ଗର ପସରା ମେଲି II 2

ଉଡେରେ ଗୁଲାଲ

ରଙ୍ଗ ଲାଲ ଲାଲ

        ଗୋପାଳଙ୍କ ବାଳ ଗାଆନ୍ତି ଓଗାଳ

        ନାଚୁଛନ୍ତି ଝୁଲି ଝୁଲି

        ରଙ୍ଗର ପସରା ମେଲି II 3

ହିନ୍ଦୁ ମୁସଲମାନ

ଶିଖ ଖ୍ରୀଷ୍ଟିଆନ

        ଜାତି ଧର୍ମ ଭୁଲି ଖେଳୁଛନ୍ତି ହୋଲି

        ହେଉଛନ୍ତି କୋଳାକୋଳି

        ରଙ୍ଗର ପସରା ମେଲି II 4

କେତେ ଅନେକତା

ଭିତରେ ଏକତା

        ବିଶେଷତା ଏହା ଆମ ସଂସ୍କୃତିର

        ବିଶ୍ୱ ଦେଖୁ ଆଖି ଖୋଲି

        ରଙ୍ଗର ପସରା ମେଲି II 5

ହେ ରାଧା ମାଧବ

ଏ ରଙ୍ଗ ପରବ

        ଆଣୁ ଶାନ୍ତି ମୈତ୍ରୀ ପ୍ରେମ ସଦଭାବ

        ହିଂସା ଦ୍ୱେଷ ଘୃଣା ଭୁଲି

        ରଙ୍ଗର ପସରା ମେଲି II 6

       *******


Rate this content
Log in

Similar oriya poem from Inspirational