ନିଷିଦ୍ଧ ଗଳିରେ
ନିଷିଦ୍ଧ ଗଳିରେ
ସହରର ଶେଷ ମୁଣ୍ଡ ନିଷିଦ୍ଧ ଗଳିରେ,
ଦେହ ବିକେ ଝିଅ ଗୋଟେ ଆଖି ଇସାରାରେ ।
କିଏ କହେ ବେଶ୍ୟା ତାକୁ କିଏ ସେ ଅଲଖି,
କାହିଁକି ସେ ପାପ କରେ କେହି ଜାଣିଛକି ?
ହାରିଗଲା ଜୀଵନରେ ନିଜକୁ ପରଖି,
ଏଇ ବାଟ ତାକୁ ଦିନେ ଆଣିଲାତ ଡାକି ।
ଘୃଣ୍ୟ କାମ ପରା ସିଏ ପେଟ ପାଇଁ କରେ
….ସେଇ ନିଷିଦ୍ଧ ଗଳିରେ….
ଦେହ ଲୋଭୀ ଦୁନିଆଟା ରଖିଲା ନଜର,
ବଳାତ୍କାର କଂସ ତାକୁ କରିଲା ଶିକାର ।
ସ୍ଵପ୍ନ ହେଲା ଛାରଖାର ମନ ମଲା ତାର,
ସମସ୍ତଙ୍କ ପାଇଁ ହେଲା ପାତ୍ର ସେ ଘୃଣାର ।
ସବୁଦିନ ପରା ସିଏ ଜଳି ଜଳି ମରେ
….ସେଇ ନିଷିଦ୍ଧ ଗଳିରେ….
© ଦେଵପ୍ରକାଶ ସାହୁ