Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Padmalaya Mishra

Others

3  

Padmalaya Mishra

Others

ସନ୍ଦେହ

ସନ୍ଦେହ

1 min
183



ପଦ୍ମାଳୟା ମିଶ୍ର


ସନ୍ଦେହର ବୀଜ ବପନ ହୋଇଲେ

ସମ୍ପର୍କରେ ଗଣ୍ଠି ହୁଏ

ଅବିଶ୍ୱାସ ପାଣି ସନ୍ଦେହୀ ମସ୍ତିଷ୍କ

ବୀଜକୁ ବୃକ୍ଷ କରାଏ ।

ନିର୍ମୂଳି ପରାଏ ମାଡ଼ି ମାଡ଼ି ଯାଏ

କବଜା କରେ ଭାବନା

ସନ୍ଦେହର ଚେର ଶୋଷିନେଇ ସ୍ଵପ୍ନ

ଦିଏ ଅନେକ ଯାତନା ।

ସବୁ ଜାଣି ମଧ୍ୟ କି କରେ ମାନବ

ସନ୍ଦେହକୁ ପାଳେ ପୋଷେ

ସମ୍ପର୍କର ବାଜି ହାରିଯାଏ ପଛେ

ସନ୍ଦେହ ପଙ୍କରେ ପଶେ ।

ଆଙ୍କିଥାଏ କେତେ ଯତନେ ଝୋଟିରେ

ସମ୍ପର୍କର ସେ ନଅର

ସନ୍ଦେହର ବୁନ୍ଦେ ନଷ୍ଟ କରିଦିଏ

ଭାଙ୍ଗିଯାଏ ବାଲିଘର ।।


Rate this content
Log in