କ୍ଷଣ କ୍ଷଣ
କ୍ଷଣ କ୍ଷଣ
କ୍ଷଣ କ୍ଷଣ
ତୁମେ ପରା କ୍ଷଣ ପ୍ରଭାରେ ଅର୍ଚ୍ଚନ
ବିରାଜ ମୋ ହୃଦେ ଦଣ୍ଡ ମାନ
ଲବେ କି ନିମିଷେ ହରାଇ ବିରସେ
ଲଭି ନାହିଁ ମନେ ରୋଷପଣ ।
ମୋ ମନ ଆକାଶ ରମଣ ବିଳାସ
ଜ୍ଯୋତିରେ ଶୋଭିତ ଅଂଶୁମାନ
ସାନନ୍ଦୁ ବିଚ୍ଯୁତ ପରମ ଅଚ୍ୟୁତ
ସମ୍ଭବ କି ହେବ ବର୍ତ୍ତମାନ ।
ଦିବ୍ୟ ପ୍ରେମ ଦାନ ବିରଚି ମୋହନ
ଯୋଡି ଦିଅ ଭାବେ ମନ ପ୍ରାଣ
ମୁଁ ତୁମ୍ଭ ଜୀବନ ତୁମେ ମୋ ପରାଣ
ରଖିବ ଏ ଭାବ ସବୁଦିନ ।
ଆନନ୍ଦ ସାଗରେ ମଜ୍ଜି ମୁଁ ସାଦରେ
ପୀରତି ବନ୍ଧନେ ସମର୍ପଣ
ସୂତ୍ରେ ଥିବ ମନ ଭବ ବନ୍ଧ ମାନ
ଫେଡୁଥିବ କରି ବିମୋଚନ ।
ତୁମ୍ଭ ସଂରଚନା ବିଧାନେ କରୁଣା
ପ୍ରତି ପ୍ରୀତି ନିତି ଜାଗରଣ
କରି ରଖିଥିବ ହେ ରାଧାମାଧବ
ଚିତ୍ତେ ଚିନ୍ତି ଥିବ ପରସନ୍ନ ।
କବି - ଶ୍ରୀଯୁକ୍ତ ପ୍ରସନ୍ନ କୁମାର ମାଦଳା