ଧ୍ଵଂସର ସଂକେତ
ଧ୍ଵଂସର ସଂକେତ
ଆସୁଅଛି ଦୁର୍ଦ୍ଦିନ କାଳର ବିବର୍ତ୍ତନ
ଧ୍ଵଂସର ସଂକେତ ନା କି ପରିବର୍ତ୍ତନ ?
ଶ୍ରାବଣେ ବରଷା ନାହିଁ, ମାଘେ ନାହିଁ ଶୀତ
ଉଷ୍ଣତା ବଢି ଚାଲେ କିସ ଇଙ୍ଗିତ ।
ଦିନେ ଦିନେ ବଢୁଅଛି ସଂଖ୍ୟା ଆମର
ବୃକ୍ଷ ଓ ପଶୁ ପକ୍ଷୀ ଯାଏ ଯମଘର ।
ସବୁଠୁ ବୁଦ୍ଧିମାନ ଏ ମଣିଷ ଜାତି
ସବୁରି ଉପରେ ଆମେ, କି ଦାରୁଣ ମତି ।
ନିଜର ଭବିଷ୍ୟତ ନେଇ ଆମେ ବ୍ୟସ୍ତ
ଆମ ପାଖେ ସମସ୍ତେ ସଦା ସନ୍ତ୍ରସ୍ତ ।
କେତେ ବେଳେ କଣ କରୁ ତାହା ଭାରି ଚିନ୍ତାର
ଆମମାନଙ୍କ ହାତେ ନାହିଁ କା’ ରି ନିସ୍ତାର ।
ଗଛଲତା କାଟି ସଫା କରି ଦେଇ ଜଙ୍ଗଲ
ନୂତନ ନଗର ଗଢୁ, ନୁହେଁ କି ତ ମଙ୍ଗଳ ?
ନଷ୍ଟ କରିକି କ୍ଷେତ ଗଢୁ କାରଖାନା
ଶିଳ୍ପର ସମ୍ଭାର, କିଏ କରେ ମନା ।
ବନ୍ୟ ପଶୁର ଦଳ ହୁଏ ଗୃହହରା
ବନ୍ଧୁକ ନଳ ଦ୍ଵାରା ସବୁ କରେ ସାରା ।
ଚଢେଇଙ୍କ କଲତାନ କିଚିମିଚି ଦ୍ଵନ୍ଦ୍ଵ
ନୀଡ଼ହରା କରି ତାଙ୍କୁ କରି ଦେଲୁ ବନ୍ଦ ।
ଜଳର ଦୂଷଣ ବଢେ ନାହିଁ ମଥା ବ୍ୟଥା
ବାଯୁରେ ମିଶୁଛି ବିଷ ନାହିଁ କିଛି କଥା ।
ରୋଗ ବ୍ୟାଧି ହେଲେ ଆମ, ଅଛନ୍ତି ଡାକ୍ତର
ଏତେ ସବୁ ଚିନ୍ତା ନାହିଁ କରିବାର ।
ଆମ ଏହି ସଭ୍ୟତା ହୋଇବନି ଶେଷ
ଆହୁରି ଆଗକୁ ଯିବ ଉନ୍ନତ ଦେଶ ।
ସର୍ବଶକ୍ତିମାନ ଆମେ ହିଁ ମଣିଷ
ସବା ଉପରେ ରହି କରି ଦେବୁ ଶେଷ ।