Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arun Kumar Mitra

Others

3  

Arun Kumar Mitra

Others

ଧ୍ଵଂସର ସଂକେତ

ଧ୍ଵଂସର ସଂକେତ

1 min
6.9K


ଆସୁଅଛି  ଦୁର୍ଦ୍ଦିନ କାଳର ବିବର୍ତ୍ତନ

ଧ୍ଵଂସର ସଂକେତ ନା କି ପରିବର୍ତ୍ତନ  ?

ଶ୍ରାବଣେ ବରଷା ନାହିଁ, ମାଘେ ନାହିଁ ଶୀତ

ଉଷ୍ଣତା ବଢି ଚାଲେ କିସ ଇଙ୍ଗିତ  ।

ଦିନେ ଦିନେ ବଢୁଅଛି ସଂଖ୍ୟା ଆମର

ବୃକ୍ଷ ଓ ପଶୁ ପକ୍ଷୀ ଯାଏ ଯମଘର  ।

ସବୁଠୁ ବୁଦ୍ଧିମାନ ଏ ମଣିଷ ଜାତି

ସବୁରି ଉପରେ ଆମେ, କି ଦାରୁଣ ମତି  ।

ନିଜର ଭବିଷ୍ୟତ ନେଇ ଆମେ ବ୍ୟସ୍ତ

ଆମ ପାଖେ ସମସ୍ତେ ସଦା ସନ୍ତ୍ରସ୍ତ  ।

କେତେ ବେଳେ କଣ କରୁ ତାହା ଭାରି ଚିନ୍ତାର

ଆମମାନଙ୍କ ହାତେ ନାହିଁ କା’ ରି ନିସ୍ତାର  ।

ଗଛଲତା କାଟି ସଫା କରି ଦେଇ ଜଙ୍ଗଲ

ନୂତନ ନଗର ଗଢୁ, ନୁହେଁ କି ତ ମଙ୍ଗଳ  ?

ନଷ୍ଟ କରିକି କ୍ଷେତ ଗଢୁ କାରଖାନା

ଶିଳ୍ପର ସମ୍ଭାର, କିଏ କରେ ମନା  ।

ବନ୍ୟ ପଶୁର ଦଳ ହୁଏ ଗୃହହରା

ବନ୍ଧୁକ ନଳ ଦ୍ଵାରା ସବୁ କରେ ସାରା  ।

ଚଢେଇଙ୍କ କଲତାନ କିଚିମିଚି ଦ୍ଵନ୍ଦ୍ଵ

ନୀଡ଼ହରା କରି ତାଙ୍କୁ କରି ଦେଲୁ ବନ୍ଦ  ।

ଜଳର ଦୂଷଣ ବଢେ ନାହିଁ ମଥା ବ୍ୟଥା

ବାଯୁରେ ମିଶୁଛି ବିଷ ନାହିଁ କିଛି କଥା  ।

ରୋଗ ବ୍ୟାଧି ହେଲେ ଆମ, ଅଛନ୍ତି ଡାକ୍ତର

ଏତେ ସବୁ ଚିନ୍ତା ନାହିଁ କରିବାର  ।

ଆମ ଏହି ସଭ୍ୟତା ହୋଇବନି ଶେଷ

ଆହୁରି ଆଗକୁ ଯିବ ଉନ୍ନତ ଦେଶ  ।

ସର୍ବଶକ୍ତିମାନ ଆମେ ହିଁ ମଣିଷ

ସବା ଉପରେ ରହି କରି ଦେବୁ ଶେଷ  ।


Rate this content
Log in