Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binay Mohapatra

Abstract

3  

Binay Mohapatra

Abstract

ବୁଦ୍ଧତ୍ୱ

ବୁଦ୍ଧତ୍ୱ

1 min
6.7K


ପାଇ ଗଲେ ବୋଧେ
ପାଇବାର ଇଚ୍ଛା ସବୁ ସରି ଯିବ,
କାମନାର ବିନାଶରେ
ଦୁଃଖର ବିନାଶ ବି ହୋଇ ଯିବ,
ଏବଂ ବୁଦ୍ଧତ୍ୱର ପ୍ରାପ୍ତି ହୋଇ ଯିବ ।
ସେଥିପାଇଁ ବୋଧହୁଏ,
ସବୁ ଇପ୍ସିତ ମାନେ
କନିକାଟି ଚାଲି ଯାଆନ୍ତି,
ମୋତେ ଜବରଦସ୍ତ
ବୁଦ୍ଧତ୍ୱରୁ ଦୂରେଇ ରଖନ୍ତି,
କାରଣ ଏକ ହିଁ ବୁଦ୍ଧ
ଯଥେଷ୍ଟ ସଂସାର ପାଇଁ,
ଆଉ ଏଠି ବୁଦ୍ଧଙ୍କର,
ସ୍ଥାନ ରିକ୍ତ ନାହିଁ ।

ପାଇବାର ଇଚ୍ଛା, ମୋର କାମନା,
ମୋତେ କେବେ ଛାଡିବ କିପରି,
ବିନା କାମନାରେ,
ବଞ୍ଚିବା କି ସମ୍ଭବ ସଂସାରେ ?
କିଏ ମୋତେ କହି ଦେବ,
ନିଷ୍କାମ ହୋଇବାର ଗୁରୁ ମନ୍ତ୍ର ?
ହେ ଗୌତମ ତୁମେ ତ ଜାଣିଛ
ନିର୍ବାଣର ପଥ ।
ଥରେ ମୋତେ କହିବ କି
କେମିତି ହୁଅନ୍ତି ନିଷ୍କାମ ?
ନିର୍ବାଣର କାମନା ନେଇ
କିଏ କେବେ ନିଷ୍କାମ ହୋଇଲା କିପରି?

ମାୟାର ସମୁଦ୍ରେ ଉବୁ ଟୁବୁ
ମାତା ପିତା ବନ୍ଧୁ ସହୋଦର,
ପତ୍ନୀ ପୁତ୍ର କନ୍ୟା ଏ ମାୟା ସଂସାର,
ସଭିଙ୍କ ସୁଖର କାମନା,
ବଞ୍ଚି ଅନ୍ୟକୁ ବଞ୍ଚାଇବାର କାମନା
କେମିତି ଛାଡି ଦେବି କୁହ?
କାମନା ମୋ ଦୁଃଖର କାରଣ
ସ୍ୱୀକାର ମୋତେ ହେ ପ୍ରଭୂ,
ନିର୍ବାଣ ଲୋଡା ନାହିଁ ମୋତେ ।
କିନ୍ତୁ, ତୁମେ ବି ତ ନିଷ୍କାମ  ନଥିଲ,
ନିର୍ବାଣର କାମନା ରଖି,
ତୁମେ ଯଦି ନିର୍ବାଣ ପାଇଛ,
କାହିଁକି ଅଟକାଇ ଦିଅ ମୋତେ,
ମୋର ଇଚ୍ଛା ମାନଙ୍କୁ
କାମନାର ବାହାନା ଦେଖାଇ?


Rate this content
Log in

Similar oriya poem from Abstract