Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

BISWESWAR MAJHI

Action Inspirational Others

5.0  

BISWESWAR MAJHI

Action Inspirational Others

ଓଡ଼ିଶାର ପ୍ରାଣ ମଧୁସୁଦନ

ଓଡ଼ିଶାର ପ୍ରାଣ ମଧୁସୁଦନ

1 min
6.9K


ଗୋରାକବରର ସ୍ୱଚ୍ଛ ଶୁଭ୍ର ଆତ୍ମା କିମ୍ପାଇଁ କର ରୋଦନ,

ଜାତି ପ୍ରାଣସିନ୍ଧୁ୍ ଯା'ର ରକ୍ତବିନ୍ଦୁ ତୁମେ ସେ ମଧୁସୁଦନ ।

ପ୍ରଥମ ଓଡ଼ିଆ ପରିଚୟ ତବ ପ୍ରଥମ ସ୍ନାତ୍ତକୋତ୍ତର,

ପ୍ରଥମ ବିଦେଶାଗତ ପାଠପଢା ପ୍ରଥମ ମନ୍ତ୍ରୀ ପ୍ରବର।

ପ୍ରଥମ ଓଡ଼ିଆ ଉଦ୍ୟୋଗୀ ଉତ୍କଳ ଟ୍ୟାନେରୀର ପ୍ରତିଷ୍ଠାତା,

ପ୍ରଥମ ଓଡିଆ ଅଧିବକ୍ତା ବର ଉଡ୍ରଭାଷା ତ୍ରାଣକର୍ତ୍ତା ।

ସ୍ୱଧର୍ମ ତେଜିବି ସ୍ୱାଭିମାନ ହେତୁ ଜଗନ୍ନାଥ ସ୍ୱତ୍ୱ ରକ୍ଷା,

ଲଢିଲ ଇଂରେଜ ସାଥିରେ ଠାକୁର ରାଜା କରିବେନି ଭିକ୍ଷା ।

ସମ୍ମିଳନୀ କଲ ରକ୍ଷା କରିବାକୁ ସ୍ୱାଭିମାନ ଓଡ଼ିଆର,

ସତ୍ୟଭାମାପୁର ସତ୍ୟସାରଥି ହେ ଗଉରବ ଉତ୍କଳର ।

ଡାକଦେଲ ତୁମେ "ଉତ୍କଳ ସନ୍ତାନ ଉଠିବୁ ତୁ କେତେ ଦିନେ,

ପୁରୁବ ଗୌରବ ପୁରୁବ ମହିମା ପଡୁନାହିଁ କିରେ ମନେ ?"

ସ୍ୱାଭିମାନ ଓଡ଼ିଶାର ବଜାୟ ରଖିଲ ନିଜେ ହେଲ ଦେବାଳିଆ,

ଉତ୍କଳ ଟ୍ୟାନେରୀ ଝୁରୁଛି ତୁମକୁ ଫାଟିଯାଏ ତାର ହିଆ ।

ଧର୍ମ ପିତାଙ୍କର କନ୍ୟା ଶୈଳବାଳା କଲେଜ ସ୍ଥାପନ କରି,

ଅମର କରିଛ କୃତଜ୍ଞତା ତବ ନୁହେଁ କେହି ସମ ସରି ।

ଶୁଭ୍ରବସନ ଚୀରକୁମାର ହେ ଓଡ଼ିଶା ଯୁଦ୍ଧ ଜଞ୍ଜାଳେ,

ଜୀବନକୁ ତବ ବାଜି ଲଗାଇଲ ଓଡିଆ କି କେବେ ଭୁଲେ !

ପାଠ ପଢିବି ମୁଁ କାଳିଆ ଘୋଡାରେ ଚଢି ମଧୁ ବାବୁ ସଂଗେ,

ଲଢିବି -ଏ ମନ୍ତ୍ର ଦିଏ ପ୍ରତି ମାଆ ଓଡିଆ କି ପଣ ଭାଂଗେ !

ଓଡ଼ିଆ ପୁଅଟି ପାଠ ପଢି ଆଜି ପ୍ରଥମେ ଭୁଲେ ଓଡ଼ିଆ,

ବାପା ମାଂକୁ ଡାଡି ମମ୍ମି ଡାକି ସିଏ ନିଜକୁ କରେ ଦେଢିଆ ।

ଅପ୍ରେଲ ଅଠେଇଶ ସ୍ୱନକ୍ଷତ୍ର ତବ ମୂର୍ତିରେ ଲଂଵାଇ ମାଳ,

କର୍ତ୍ତବ୍ୟ ଆମର ଶେଷ କରୁ ଆମେ ସହଜେ ତ ଫାଳଫାଳ ।


ବିଶ୍ୱେଶ୍ୱର ମାଝୀ


Rate this content
Log in