ବିରହୀ ଶିଳ୍ପୀ
ବିରହୀ ଶିଳ୍ପୀ
ଶବ୍ଦଶିଳାକୁ ରୂପ ଦିଏ ବସି
ବିରହୀ ଶିଳ୍ପୀ ସାଜି
ଭଗ୍ନ କରନା ଭାବନାକୁ ତୁମେ
ମଗ୍ନ ମୁଁ ନିଦ୍ରା ତେଜି ,
ଅନାମିକା କେଉଁ ତନ୍ଵୀ ରୁପସୀ
କୁଚର ଅନ୍ତିମ ଛୁଆଁ
ଦେବା ପରେ ସାଥୀ ବାହୁଡ଼ି ଯିବି ମୁଁ
ସେଇ ବାସ୍ତବ ଗାଁ ,
ଯେଉଁଠି ନ ଥିବ ପ୍ରେମ ପ୍ରତାରଣା
ହୃଦୟ ଖଣ୍ଡର ଦାହ
ଅଗଣିତ ରାତ୍ରି ତନ୍ଦ୍ରା ଜଡିତ
ପଲକେ ସ୍ଵପ୍ନ ମୋହ ,
ଚୁନା ଚୁନା ଫୁଲ ଫୁଟି ଝରୁଥିବେ
ସଞ୍ଜ ନଇଁଲା ପରେ
ମଳୟୁ ମହୁଲି ବାସ ଝରୁଥିବ
ଋତୁ ଥବ ଅଭିସାରେ ।।
ତପନ ଦୀକ୍ଷିତ(ବେଳାଭୂମି୪.୧୦.୨୦୧୭)