Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା-୩୮୩

ଜୀବନ ଗୀତା-୩୮୩

1 min
127


ସକଳ ପରାଜୟ ବ୍ୟର୍ଥତା ଭିତରେ

ରହିଛି ଜୀବନର ତେଜ

ହଜାରେ ମନ୍ଦଭାଗ୍ୟ ସତ୍ତ୍ୱେବି ମଣିଷ

ହରାଏ ନାହିଁ ତାର ଓଜ ॥୦॥

ଗୌରବୋଜ୍ଜଳ ଜୀବନର ଜୟଗାନ

ଶୁଭଇ ଗଗନେ ପବନେ

ଜନ ମଙ୍ଗଳକର କାର୍ଯ୍ୟଧାରା

ଚାଲିଛି କୋଣେ ଅନୁକୋଣେ

ଅସୀମ ଅନନ୍ତର ଆରାଧନା କରି

ଆରମ୍ଭ ହୁଏ ସର୍ବକାର୍ଯ୍ୟ ॥୧॥

ବଜ୍ର କଣ୍ଠରେ ଘୋଷଣା କରଇ ନିତି

ମଣିଷ ସବୁଠୁଁ ମହାନ

ସତ୍ୟଶୀଳତା ଶାଶ୍ୱତ ଗୁଣରେ ସେତ

ଅଂଧାର କରଇ ନିଶ୍ଚିହ୍ନ

ଆଦିମ ଇଶ୍ୱରୀୟ ଜୀବନ ତ ଆଜି

ଭାବେନା କେ ପର କେ ନିଜ ॥୨॥


Rate this content
Log in