ମୃଗନୟନୀ-୬
ମୃଗନୟନୀ-୬
ମୃଗ ନୟନୀ-୬ । ଶୀତୁଆ ସକାଳ, କୁହୁଡି ଭରା ରାସ୍ତା, ଏକୁଟିଆ ପଥିକ, ଚାଇମାଇ ଆଲୁଅ, ଚାଲିବାର ତ ଅଛି, ନିରୋଳାରେ ରହିବାକୁ ନା କେବେ ମତେ ଦେଇଛ ରହିବାକୁ କେବେ ନା ରହି ମୁଁ ପାରିବି , କାହିଁକି ? କେଜାଣି ଲାଗିଲା ଏମିତି କେହି ଜଣେ ମୋ ସହ ଚାଲିଛି, ଛିଡାହୋଇ ପଛକୁ ଚାହିଁଲି, ଦଲକାଏ ଦକ୍ଷିଣା ପବନ ଆସି ଛୁଇଁ ଗଲା ଲାଗିଲା ଏମିତି ଯେମିତି ତୁମ ମୃଦ ଆଙ୍ଗୁଳି ସ୍ପର୍ଶ , ଆଖି ବନ୍ଦ କଲି , ମାନସପଟେ ଆଙ୍କି ହୋଇ ଗଲା ତୁମ ପ୍ରତିଛବି, ବିବେକ କହିଲା, ସେ ତ ପ୍ରବାସୀ ସାଇବେରିଆନ ରାଜ ହଂସୀ, ଖାଲି ଶୀତଦିନେ ଉଡି ଆସେ ଚିଲିକାତୀରେ, ତାର କଣ ? ଆଉ କେହି ନ ଥିବେ, ମନ ଅବୁଝା କହିଲା ଦିନେ ତ ଫେରିବ ସେ ହସିବ ପୁଣି ପାହାଡ଼, ହସିବ ପୁଣି ଅଳସି ବାଡ଼, ହସିବ ପହାଡ଼ି ଝରଣା ଆଶା ଟିକିକ ତ ଜୀବନ ସେ ପରା ତୋ ଚଳ ଚଞ୍ଚଳ ଚପଳା ଚିରଯୌବନା ଅଶ୍ୱିନୀ କାମଶ୍ରେଷ୍ଠୀ "ମୃଗନୟନୀ" ।
କାଶ୍ୟପ, ରାମ ବିଶୋଇ , ଦିବା-୦୪-୧୭ ମି. ତା-୦୬-୧୨-୧୬, ରାୟଗଡା ।