ଅନ୍ତର ଭାଵନା
ଅନ୍ତର ଭାଵନା
ସମ୍ପର୍କର ଲୁଚକାଳି ଖେଳ ସଂସାର ଅତ୍ୟନ୍ତ ସ୍ବପ୍ନିଳ
ଖୁସିର ଫୁଟେ ଯହିଁ ଫୁଲ ଲୁହର ବର୍ଷା ଅମୂଲ ମୂଲ
ପର ଅପାଣାରେ ନାହିଁ ଭେଦ ନା ନା ଭାବନାର ପୁଣି ସ୍ଵାଦ
ଆଖି ଦେଖିଥାଏ ନିତି ସପନ ଲାଗେ ସୁନ୍ଦର ଏଇ ଜୀବନ ।।
ନିତି ସକାଳରୁ ସଂଜ ଯାଏ ଜୀବନ ଜଞ୍ଜାଳ ଜାରୀ ଥାଏ
ଉତ୍ତମ ବୁଝବଣା ପରିବାରେ ଶରୀର ଧରି ଏ ସଂସାରରେ
ରୋଗ ଦୁଃଖରେ ବ୍ୟସ୍ତ ହୋଇ କୋହ ସମ୍ଭାଳି ସେ ପାରଇ
କ୍ଷଣିକ ସୁଖେ ସେ ବାଇ ପ୍ରାୟ ହାଏରେ ମଣିଷ ପରିଚୟ।।
ପୁତ୍ର କନ୍ୟାରୁ ପିତା ମାତା ପତି ପତ୍ନୀ ରୁ ଭଗ୍ନୀ ଭ୍ରାତା
ଏକତା ବଳେ ବଜ୍ର ପରି ରକ୍ଷା କରନ୍ତି ସ୍ନେହ ସ୍ମରି
ବିଭେଦ ଭେଦେ ସବୁ ଦ୍ଵନ୍ଦ ଦ୍ଵନ୍ଦ ହିଂସାରୁ ସୃଷ୍ଟି ପ୍ରମାଦ
ନୀତି ଆଦର୍ଶ ନ ମାନିଲେ ଅସ୍ତିତ୍ବ ନିମ୍ନଗାମୀ ଭଲେ ।।