Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

କିଶୋରଚନ୍ଦ୍ରାନନ୍ଦ ଚମ୍ପୂ(ଶ)

କିଶୋରଚନ୍ଦ୍ରାନନ୍ଦ ଚମ୍ପୂ(ଶ)

1 min
116


କିଶୋରଚନ୍ଦ୍ରାନନ୍ଦ ଚମ୍ପୂ-ଶ

କବିସୂର୍ଯ୍ୟ ବଳଦେବ ରଥ


ରାଗ-ନଳିନୀଗୌଡା


ଶ୍ୟାମ ଶିଖଣ୍ଡଚୂଳ, ଶ୍ରମ କି ଆଜଯାକେ ହେଲା ହେଲା ସଫଳ(ପଦ)

ଶର୍ବରୀ ନିଦ୍ରା ବିନା ଗଲା କି ସରି,ଶମ୍ବରପରପୁର କଲ କି ଜୁରି(1)

ଶ୍ରୀଅଙ୍ଗ ବେଶ କିମ୍ପାଏପରି ଆଜ, ଶରଦଚନ୍ଦ୍ର ଚୁମ୍ବୁ ନାହିଁକି ଲାଜ(2)

ଶିଶୁ ହେଲେହେଁ ତୁମ୍ଭେ କଲଭସରି, ଶଶକିଶୋରୀଚିକି ଦେଲ ଯେ ସାରି(3)

ଶିରୀଷମାଳା ଦଳିଦେଇ କୁଠାରେ, ଶଙ୍କାନକଲ ସଖାମାନଙ୍କ ଠାରେ(4)

ଶରମପ୍ରଦ ଆଜସରିକି ହେଲା,  ଶମନସ୍ୱସା-  ତଟ     - ଅଟବୀବୁଲା (5)

ଶୀର ସୁନ୍ଦର ଦିଶେ ଯାବକ ବୋଳେ,ଶରଣ ବୋଲିକି ପଡିଲି ପା ତଳେ(6)

ଶପଥ ଶତ ଅଛି କହଟି ସତେ, ଶ୍ରୀ ବାଲୁକେଶ ନୃପ ରଚିଲେ ଗୀତେ(7)



Rate this content
Log in

Similar oriya poem from Classics