କାହିଁକି କେଜାଣି
କାହିଁକି କେଜାଣି
1 min
164
ସବୁକବି ମାନେ କାହିଁକି କେଜାଣି
ବିରହ ଗୀତ ଗାଆନ୍ତି,
ଅଭୁଲା ମୂହୁର୍ତ୍ତ ଅଫେରା କୀର୍ତ୍ତିକୁ
କବିତାରେ ବଖାଣନ୍ତି।
ଆଜି କାଲି ବେଶୀ ଅଳପ ବୟସେ
କବି ଖାଲି ଦେଖାଯାନ୍ତି,
ବିରହ ବେଦନା ଅସଫଳ ଭାବ
କବିତାରେ ଯେ ଫୁଟାନ୍ତି,
ଆଜି ସମାଜରେ କାହିଁକି କେଜାଣି
ସଭିଏଁ ଅସଫଳ,
ପରାଜୟ ଗ୍ଲାନି ଜାବୁଡ଼ି ଧରିଛି
ମନପ୍ରାଣ ଯେ ବିଫଳ।
ବିପଦ ଆସିଲେ ଡରେ ନାହିଁ ଯିଏ
ଧରିଥାଏ ଧୈର୍ଯ୍ୟ ଅସ୍ତ୍ର,
ଜିଇଁବାର କଳା ଅଛି ତା ପାଖରେ
ଜାଣେ ସେ ବଞ୍ଚିବା ମନ୍ତ୍ର।
ଆପଣା ସ୍ଵାର୍ଥକୁ ଭୁଲିଯାଇ ଆମେ
ଅନ୍ୟକୁ ସଜାଡି ନେବା,
ହତୋତ୍ସାହ କେବେ ନ ହେବା
ଜୀବନେ,
ଚେଷ୍ଟା ଜାରି ରଖିଥିବା।
ପ୍ରଣତି ମହାପାତ୍ର
ବାଲେଶ୍ଵର