ତୁମରି ଦାନ
ତୁମରି ଦାନ
(0)
ଜଗବନ୍ଧୁ ହେ ଜଗବନ୍ଦନ
ଜଗବନ୍ଧୁ ହେ ଜଗବନ୍ଦନ II
(1)
ମୋ ହୃଦୟେ ସ୍ପନ୍ଦନ ତୁମରି ଦାନ
ମୋ ମନରେ ଚିନ୍ତନ ତୁମରି ଦାନ
ମୋ ନୟନେ ଦର୍ଶନ କର୍ଣ୍ଣରେ ଶ୍ରବଣ
ମୋ ନାସାରେ ଆଘ୍ରାଣ ତୁମରି ଦାନ
ଜଗବନ୍ଧୁ ହେ ଜଗବନ୍ଦନ
ଜଗବନ୍ଧୁ ହେ ଜଗବନ୍ଦନ II
(2)
ମୋ ଜିଭେ ଆସ୍ୱାଦନ ତୁମରି ଦାନ
ମୋ ତୁଣ୍ଡରେ ଅଶନ ତୁମରି ଦାନ
ମୋ ହସ୍ତେ ଆଲିଙ୍ଗନ ପାଦରେ ଗମନ
ମୋ ଶୟନେ ସପନ ତୁମରି ଦାନ
ଜଗବନ୍ଧୁ ହେ ଜଗବନ୍ଦନ
ଜଗବନ୍ଧୁ ହେ ଜଗବନ୍ଦନ II
(3)
ମୋ ଦୁଃଖରେ କ୍ରନ୍ଦନ ତୁମରି ଦାନ
ମୋ ବିଳାସେ ବ୍ୟସନ ତୁମରି ଦାନ
ମୋ ଭାଗ୍ୟର ଲିଖନ ମୋ କର୍ମର କାରଣ
ମୋ ମୃତ୍ୟୁରେ ନିର୍ବାଣ ତୁମରି ଦାନ
ଜଗବନ୍ଧୁ ହେ ଜଗବନ୍ଦନ
ଜଗବନ୍ଧୁ ହେ ଜଗବନ୍ଦନ II
******