ରତ୍ନାକର ଚମ୍ପୂ (ଢ)
ରତ୍ନାକର ଚମ୍ପୂ (ଢ)
ରତ୍ନାକର ଚମ୍ପୂ
(ଚୌପଦୀ ରତ୍ନାକର)
(14)
ରାଧା
ରାଗ - କେଦାର - ତ୍ରିପଟା
ଢାଳେ ଜୀବନ ନେବ ସ୍ମର ହଟିଲା ରେ (ଘୋଷା)
ଢକକା ବାଜି ବ ଟି ବ୍ରଜେ, ଅସତୀ ବୋଲି ସହଜେ
ପ୍ରାଚୀଠଉଁ ଅନ୍ଧକାର ତୁଟିଲା ରେ(1)
ଢୋକିବାକୁ ବିଷ ଚିତ୍ତ, ହେଉଛିରେ ପ୍ରାଣମିତ
ଦେଖ ଅରବିନ୍ଦ ଜଳେ ଫୁଟିଲା ରେ (2)
ଢାଳିଦେଇ ମୋର ମୋଦ, - ନୀର ଘଟକୁ ବିପଦ
ମହାଭୟପ୍ରଦ ହୋଇ ଘୋଟିଲା ରେ (3)
ଢଳି ପଡିବି ଏଥର, ଭାଷେ ଜଗଦ୍ଦେବ ଗିର
ଶଠ ପଣ କରି ଶ୍ୟାମ ଜୁଟିଲା ରେ (4)