ଭାରତ ଭାରତୀ
ଭାରତ ଭାରତୀ
ଭାରତ ଭାରତୀ
ଆଭାକାନ୍ତ ମହାନ୍ତି
ମୁଖ୍ୟ : ଜନ୍ମଦାତ୍ରୀ... ଜନ୍ମମାଟି...
ଚିରପୂଜ୍ୟ ସନ୍ତାନର...
ସମସ୍ତେ : ସରବେ ମିଳିତ ହୋଇ
ତା ପଦେ କର ଜୁହାର...
ପୁଅ : ଝଞ୍ଜା ଆସିବ ରେ ପ୍ରଳୟ ଆସିବ
ଆସିବ ମୃତ୍ୟୁର ଦୂତ
ଝିଅ : ହିମାଳୟ ପରି ସଗର୍ବେ ରହିବା
ମଥା ନକରିବା ନତ
ମୁଖ୍ୟ : ଏ ଦେଶ ଉନ୍ନତି କରିବା ପାଇଁକି
ନିଅ ରେ ବଜ୍ର ଶପଥ...
ପୁଅ : ପବନ କହେ ସାଗର ଗାଏ
ଏ ଦେଶର ଜୟ ଗୀତି
ଝିଅ : ନୂତନ ସୂର୍ଯ୍ୟ ହୋଇବା ଆମେ
ନାଶି ଦୁଃଖ ଅମା ରାତି
ମୁଖ୍ୟ : ଜନନୀ ଆଉ ଜନମମାଟି
ସରଗଠୁଁ ମହୀୟାନ
ଦେଇ ପରାଣ ରଖିବା ଆମେ
ଦୁଇଜଣଙ୍କ ମାନ
ପୁଅ : ଶାନ୍ତିର କପୋତ ନୀଳ ଗଗନରେ ଉଡ଼େ ରେ
ଝିଅ : ନଭ ଛୁଇଁବା ଆଶେ ଡେଣା ତା'ର ଝାଡ଼େ ରେ
ପୁଅ : ହାଏରେ ହାଏ
ଝିଅ : ହୋଓ...
ପୁଅ : ହାଏରେ ହାଏ
ଝିଅ : ହୋଓ...
ମୁଖ୍ୟ : ସୁଜଳା ସୁଫଳା ଜନନୀ ଆମର
ଯା' ଚରଣ ଧୁଏ ନୀଳ ପାରାବାର
ପୁଅ : ବିନ୍ଧ୍ୟ ସାଜେ ହୋଇ ଯା' କଟି ମେଖଳା
ଝିଅ : ଶୋଭୁଛନ୍ତି ଗଙ୍ଗା-ଯମୁନା ଯା' ଗଳା
ମୁଖ୍ୟ : ତୁଙ୍ଗ ହିମାଳୟ ମୁକୁଟ ଯାହାର
ପୁଅ : ସେ ମାଆ ଯୋଗୁ ଆମ ପିଣ୍ଡ ସିନା ବଢ଼େ ରେ
ଝିଅ : ଶାନ୍ତିର କପୋତ ନୀଳ ଗଗନରେ...
ପୁଅ : ଆମେରେ ସିନା ଅଛୁ ଅନେକ
ଜନନୀ ଏକ ଦେଖରେ ଦେଖ
ଝିଅ : ଜାତି ଧରମ ଭୁଲି ସରବେ
ଭାଇ-ଭାଇ ତୁ କହ ଗରବେ
ମୁଖ୍ୟ : କୋଟି କୋଟି ଭାଇ-ଭଉଣୀ ଆମର
ତୋଳରେ ଗୋଟିଏ କଣ୍ଠ
ପୁଅ : ସୁଖ-ଦୁଃଖ ଦେଶ ପାଇଁ ସହି ମରୁ
ଉଚ୍ଚାରି ଜୟ ଭା-ର-ତ...
ଝିଅ : ବିଭାବରୀ ନାଶି ଆସେ ସୂରୁଯ ତା
ମୟୁଖ ଯାଉଛି ଲୋଟି
ପୁଅ : ସତ୍ୟ-ଶାନ୍ତି ନୀତି ବରିନିଅ ସର୍ବେ
ସୁଖୀ ହେଉ ମାଟି-ମାଆଟି
ମୁଖ୍ୟ : ମାଟି-ମାଆଟି... ମାଟି-ମାଆଟି...
ସମସ୍ତେ : ମାଟି-ମାଆଟି... ମାଟି ମାଆଟି...
ନୂଆସାହି, ବିଡ଼ାନାସୀ
କଟକ-୭୫୩୦୧୪
ଫୋନ୍-୯୦୪୦୦୦୩୧୦୧
*****