Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abhakanta

Others

3  

Abhakanta

Others

ଭାରତ ଭାରତୀ

ଭାରତ ଭାରତୀ

2 mins
7K


           ଭାରତ ଭାରତୀ

 

                         ଆଭାକାନ୍ତ ମହାନ୍ତି

 

ମୁଖ୍ୟ :      ଜନ୍ମଦାତ୍ରୀ... ଜନ୍ମମାଟି...

                     ଚିରପୂଜ୍ୟ ସନ୍ତାନର...

ସମସ୍ତେ     :      ସରବେ ମିଳିତ ହୋଇ

                     ତା ପଦେ କର ଜୁହାର...

ପୁଅ  :      ଝଞ୍ଜା ଆସିବ ରେ ପ୍ରଳୟ ଆସିବ

                     ଆସିବ ମୃତ୍ୟୁର ଦୂତ

ଝିଅ   :      ହିମାଳୟ ପରି ସଗର୍ବେ ରହିବା

                     ମଥା ନକରିବା ନତ

ମୁଖ୍ୟ :      ଏ ଦେଶ ଉନ୍ନତି କରିବା ପାଇଁକି

                     ନିଅ ରେ ବଜ୍ର ଶପଥ...

ପୁଅ  :      ପବନ କହେ ସାଗର ଗାଏ

ଏ ଦେଶର ଜୟ ଗୀତି

ଝିଅ   :      ନୂତନ ସୂର୍ଯ୍ୟ ହୋଇବା ଆମେ

ନାଶି ଦୁଃଖ ଅମା ରାତି

ମୁଖ୍ୟ :      ଜନନୀ ଆଉ ଜନମମାଟି

ସରଗଠୁଁ ମହୀୟାନ

              ଦେଇ ପରାଣ      ରଖିବା ଆମେ

ଦୁଇଜଣଙ୍କ ମାନ

ପୁଅ  :      ଶାନ୍ତିର କପୋତ ନୀଳ ଗଗନରେ ଉଡ଼େ ରେ

ଝିଅ   :      ନଭ ଛୁଇଁବା ଆଶେ ଡେଣା ତା'ର ଝାଡ଼େ ରେ

ପୁଅ  :      ହାଏରେ ହାଏ

ଝିଅ   :      ହୋଓ...

ପୁଅ  :      ହାଏରେ ହାଏ

ଝିଅ   :      ହୋଓ...

ମୁଖ୍ୟ :      ସୁଜଳା ସୁଫଳା ଜନନୀ ଆମର

              ଯା' ଚରଣ ଧୁଏ ନୀଳ ପାରାବାର

ପୁଅ  :      ବିନ୍ଧ୍ୟ ସାଜେ ହୋଇ ଯା' କଟି ମେଖଳା

ଝିଅ   :      ଶୋଭୁଛନ୍ତି ଗଙ୍ଗା-ଯମୁନା ଯା' ଗଳା

ମୁଖ୍ୟ :      ତୁଙ୍ଗ ହିମାଳୟ ମୁକୁଟ ଯାହାର

ପୁଅ  :      ସେ ମାଆ ଯୋଗୁ ଆମ ପିଣ୍ଡ ସିନା ବଢ଼େ ରେ

ଝିଅ   :      ଶାନ୍ତିର କପୋତ ନୀଳ ଗଗନରେ...

ପୁଅ  :      ଆମେରେ ସିନା    ଅଛୁ ଅନେକ

ଜନନୀ ଏକ ଦେଖରେ ଦେଖ

ଝିଅ   :      ଜାତି ଧରମ ଭୁଲି ସରବେ

ଭାଇ-ଭାଇ ତୁ କହ ଗରବେ

ମୁଖ୍ୟ :      କୋଟି କୋଟି ଭାଇ-ଭଉଣୀ ଆମର

                     ତୋଳରେ ଗୋଟିଏ କଣ୍ଠ

ପୁଅ  :      ସୁଖ-ଦୁଃଖ ଦେଶ ପାଇଁ ସହି ମରୁ

                     ଉଚ୍ଚାରି ଜୟ ଭା-ର-ତ...

ଝିଅ   :      ବିଭାବରୀ ନାଶି ଆସେ ସୂରୁଯ ତା

                     ମୟୁଖ ଯାଉଛି ଲୋଟି

ପୁଅ  :      ସତ୍ୟ-ଶାନ୍ତି ନୀତି ବରିନିଅ ସର୍ବେ

                     ସୁଖୀ ହେଉ ମାଟି-ମାଆଟି

ମୁଖ୍ୟ :      ମାଟି-ମାଆଟି... ମାଟି-ମାଆଟି...

ସମସ୍ତେ     :      ମାଟି-ମାଆଟି... ମାଟି ମାଆଟି...

 

ନୂଆସାହି, ବିଡ଼ାନାସୀ

କଟକ-୭୫୩୦୧୪

ଫୋନ୍-୯୦୪୦୦୦୩୧୦୧

*****


Rate this content
Log in