Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasant Kumar Nath

Inspirational

5.0  

Prasant Kumar Nath

Inspirational

ଆମେ ଶିଶୁ ଫୁଲକଢ଼ି

ଆମେ ଶିଶୁ ଫୁଲକଢ଼ି

1 min
217


ଆଜି ସିନା ଆମେ ଶିଶୁ ହୋଇ ଅଛୁ

କାଲିକି ହୋଇବୁ ବଡ଼

ଆଜି ସାଜିଅଛୁ ଉଡ଼ନ୍ତା ଚଢେଇ

କାଲିକି ଗଢିବୁ ନୀଡ଼ ।


କଢିଟିଏ ସାଜି ରହିଅଛୁ ଆଜି

କାଲିକୁ ହୋଇବୁ ଫୁଲ

ମହକାଇ ଦେବୁ ଆମେସେ ବାସ୍ନାକୁ

ବଢିବ ଆମରି ମୂଲ ।


ପାଠ ପଢି ଆମେ ଶିକ୍ଷିତ ହୋଇବୁ

ରଖିବୁ ଦେଶର ନାଆଁ

ଆମ ପାଇଁ ଦିନେ ଗର୍ବିତ ହୋଇବ

ଆମ ଏହି ଛୋଟ ଗାଆଁ ।


ପାଠରେ ଶାଠରେ ବୁଦ୍ଧି ବିବେକର

ଆମେ ଥିବୁ ଆଗେ ରହି

ଆମ ପାଇଁ ଦିନେ ମହାନ ହୋଇବ

ଆମରି ଭାରତ ଭୂଇଁ ।


ଆମେ ହିଁ ହୋଇବୁ ଡାକ୍ତର ସୈନିକ

ଆମେ ହେବୁ ବୈଜ୍ଞାନିକ

ନେତା ମନ୍ତ୍ରୀ ହୋଇ ଆମେହିଁ ବୁଝିବ

ଦୁଃଖୀ ଦରିଦ୍ରଙ୍କ ଦୁଃଖ ।


ଆଜି ଆମେ ଶିଶୁ ଦେଶପାଇଁ କାଲି

ସାଜିଥିବୁ ନାଗରିକ

ନିଜ ପ୍ରଚେଷ୍ଟାରେ ନିଜେ ବଢି ଆମେ

ରଖିବୁ ଜାତିର ଟେକ ।


Rate this content
Log in

Similar oriya poem from Inspirational