Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kulamani Sarangi

Inspirational

3  

Kulamani Sarangi

Inspirational

ଯେମିତି ନୁହାକୁ ସେମିତି ପାଣି

ଯେମିତି ନୁହାକୁ ସେମିତି ପାଣି

1 min
6.7K


ପଲ୍ଲୀଗୀତ- 5


-- ଢଅପ ଢିମ୍ପିରି ଆଲୋ ସୁନାଗୋରୀ, ଚାଲୁ ଅଣ୍ଟା ନଚକେଇ,

ଚେଏନ ଦବ ତୋ ବୋପା କହିଥେଲା, ଆଉ ନାଁ ଧରୁନେଇଁ।


-- ଦାରୁଗା ଅଛି ମୋ ଦଦାପୁଅ ଯୋଗୀ,ରଖିଚି ନୁହା ଚେଏନ,

ଦଉଚି ଖବର ଠୁଙ୍କିଦବ ତେତେ ହାଜତରେ ଦି'ଦିନ।


--- ଦାରୁଗାକୁ କିଏ ଡରିଚି ଲୋ ମୁଁ କଂସାରୀ ଘରର ପାରା।

କୁଲା ଢାଉଁ ଢାଉଁ କରୁଚୁ କେତେ,ମୁଁ ଜିହଲ ଯାଇଚି ପରା।


--- ଫଟଫଟିଆ ତୁ ମାଗିଥେଲୁ ପୁଣି ମାଗିଥେଲୁ କାନ୍ଥ ଟିବି,

ମାଛମାରି ହାତ କେନ୍ଦା ତୋର ,ପୁଣି କିଲିଟରିଆ ସାହେବୀ !


-- ମୋ ଜାଲରେ କେତେ ରୋହୀପଡିଥାନ୍ତେ,ପଡିଲୁକଙ୍କଡାତୁହି,

ରଙ୍ଗଦେଖି ତୋର ଭଳିଗଲି,ଆଲୋ ତେମ୍ପେଡୀ ନେଉଳମୁହୀଁ।


--- କାଳିଆଭୂଆ ତୁ ଭୂଷୁଣ୍ଡା କୁଆ ରେ,ଲେଧେକା ଗେଡା ବାନ୍ଦର

ତୋ ଦିହରେ ନାଗି ଗୋରା ଦିହମୋର ହେଲାଣି ତ ନାରଖାର।


--- ବୋପା ପାଖକୁ ତୋ ଖବର ପଠାଲୋ,ଆଣିବ ସୁନା ଚେଏନ

ନ ଆଣି ପାରିଲେ ଛାଡୁରୀ ହେଇ ତୋ ବାପଘରେ ଯିବ ଦିନ।


--- କେତେ ଡରଉଚୁ ବାପ ଗାଁ, ସେଠି ଅଛି ମୋ ଜିତୁନୁ ଭାଇ,

ଆଇନି ପଢିଚି ଦି'ଦିନରେ ନାଲି କୋଠା ଦବ ସେ ଦେଖେଇ।


Rate this content
Log in