ପାଉ ନାହିଁ ମୁଁ ଖୋଜି
ପାଉ ନାହିଁ ମୁଁ ଖୋଜି
ଆଜି ଯାଏ ଯାହା ସହଜେ ମିଳିନି
ତାକୁ ମନ ବହୁତ ଖୋଜି ।
ମାନ ପ୍ରୀତି ସବୁ ଇତି ହୋଇଯାଏ
ପାଉନାହିଁ ମୁଁ ଖୋଜି ।
କେବେ ଫେରେ ସେ ଅଭୁଲା ସ୍ମୃତିକୁ
ଗଲି ମୁଁ ସେଥିରେ ଭିଜି।
ଆଖି ଲୁହ ସହ ଭିଜି ଭିଜି ଦିନରାତି
ଯାଇଛି ମୁଁ ହଜି ଭିଜି ।
ମନ କି ମାନୁଛି ମୋର ତମକୁ କି
ଭୁଲିଯିବା ପାଇଁ ଆଜି ।
ସହଜେ ହଉନି କାହିଁକି ସେ ରାଜି
ଯାଇଛି ମୁଁ ହଜି ହଜି ।
ଯଦି ମନ କାଢି ଫିଙ୍ଗିବାଟା ସହଜ
ଫିଙ୍ଗିଦିଅନ୍ତି ମୁଁ ଆଜି ।
ସତ ମୁଁ କହୁଛି ପ୍ରେମ ବି କରୁଛି
ଭଲ ବି ପାଉଛି ଆଜି ।
କେମିତି ଆସିଲ ମୁଁ ଜାଣିପାରିଲିନି
ଇନ୍ଦ୍ରଧନୁ ରଙ୍ଗ ସାଜି ।
ପୁଣି ବାଦଲ ପରି ଡାକିଦେଲେ
କୁଆଡେ ଗଲ ହଜି ହଜି ।
ପ୍ରଥମ ଥର ଯେବେ କଥା ହୋଇଥିଲ
ମନେପଡ଼େ ବେଶୀ ଆଜି ।
ରହିଛି ରହିବି ଆଗକୁ କେମିତି ପ୍ରିୟା
ମନ ସହ ମାରି ବାଜି ।
ତଥାପି ମନକୁ ବୁଝେଇ କହିଲି ,
ହୋଇଯା'ରେ ତୁ ରାଜି ।
ମନ ତ ବୁଝୁନି ବଞ୍ଚି ମରିବା ସହ
ସଂଗ୍ରାମ କରୁଛି ଆଜି ।