Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sandhya Rani Panigrahy

Romance

2  

Sandhya Rani Panigrahy

Romance

ଫଗୁଗ ବୋଧେ ବଦଳିଛି

ଫଗୁଗ ବୋଧେ ବଦଳିଛି

1 min
7.0K


ଫଗୁଣର ବଦଳି ହୋଇଗଲା

ଏ ରାଇଜରୁ ଅନ୍ୟ ଇଲାକା ଚାଲିଗଲା

ହୋଇଗଲା ସେ ପୁରା ଏକଲା

 ଏ ବ୍ଯସ୍ତ ବୟସରେ ପୂର୍ତ୍ତି ହୋଇଗଲା

 ଆଉ କ'ଣ ସେ ଏ ଆଡକୁ ଆସିବ

 କେଜାଣି.. 

 ସେ କ'ଣ ତା ମନ କଥା ଖୋଲି କହିବ

 ମନରେ କ'ଣ ଅଛି ସେ ଜାଣିଥିବ

 କାହାକୁ କହିଲେ ସିନା କିଏ ଜାଣିବ ?

 ଜାଣିବ ବୋଲି କିଏ ଖୁବ୍ ଲୁଚାଇବ

 ମନଟାର ଚିତ୍ର ପରିଣତ ସମୟରେ 

 ଖାଲି ଲମ୍ବା ଲମ୍ବା ଭାବନାର ଜାଲରେ

 ବୈଶାଖର ତାତିଲା ବାଲିରେ ରଥ ରଙ୍ଗ ରାଗର

 ଚାଲିବାକୁ ହେବ ଚୈତ୍ରକୁ ଭୁଲି ଯାଇ ଏଥର

 ଅଜ୍ଞାନତା କଦାପି ନୁହେଁ ତାର

 ପରିସ୍ତିତିରେ ହୃଦୟ ନାରାଚ

 କେଉଁଠି ପାଣି ତ କେଉଁଠି କାଳର ବୈଶାଖୀ

 କିଛି ଜୀବନର ଧାରା କିଛି ଶିଖାଶିଖି

 ପୁନର୍ବାର ଫଗୁଣ ଆସିବ ପଲାଶର ବାସ୍ନାରେ 

 ମହକିବ ସତେ ସୁନ୍ଦରତା ଭରା ଧରାରେ

 ଯୌବନଟା ବାସିବ ପହିଲି ଚୁମ୍ବନ ପରି

 ସପନଟା ସବୁବେଳେ ମିଠା ଚୁମ୍ବନ ଭରି

 ଅତୀତର ସୃତି ଶବ୍ଦ ସବୁ ସେମିତି

 ରହିଯାଏ ବୁକୁରେ ରାତିର ତାତି ଯେମିତି

 ପୁରୁଣା ସ୍ମୃତି କ'ଣ ପୁରୁଣା ହୁଏ

 ଓଢଣା ଟାଣି ଆଗରେ ଠିଆ ହୁଏ

 ସବୁ ରାତି ନୁହଁ ପ୍ରଥମ ରାତି

 ତଥାପି ଭରେ ସେ ଅଭୁଲା ତାତି....


Rate this content
Log in

Similar oriya poem from Romance