Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanna Kumar Madala

Inspirational

3  

Prasanna Kumar Madala

Inspirational

ତତ୍ତ୍ୱସାର

ତତ୍ତ୍ୱସାର

1 min
6.8K


ସେ ମହାପ୍ରଳୟେ    ସୃଷ୍ଟିର ବିଲୟେ

   ଗୋଟିଏ ଗର୍ଭରେ ରହିଲେ ଭରି

ପଲକ ଚାଳନ୍ତେ     ଅନ୍ଧାରର ଅନ୍ତେ

   ଜନ୍ମିଲେ ଜୀବନ ପ୍ରଦୀପ ଧରି ।

ପ୍ରାଣୀ ଚତୁର୍ବିଧ      ସ୍ୱେଦଜ ଉଦ୍ଭିଦ

   ଅଣ୍ଡଜ କିବା କେହି ଜରାୟୁଜ

ସମସ୍ତେ ଆମ୍ଭର     ନିଜ ସହୋଦର

   ପିତା ପରଂବ୍ରହ୍ମ ସେ ଚତୁର୍ଭୁଜ ।

ସଂସ୍କାରରେ ଢଳି   ଯୋନିଚକ୍ରେ ଚଳି

   ବିଚରି ଜନ୍ମାନ୍ତେ ଶରୀରେ ରହେ

ଆସି ଏ ମରତେ   ବିହରିଲେ ସାଥେ

   କ୍ରମ ବିକଶିତ ରୂପ ଯେ ବହେ ।

ପାପ ପୁଣ୍ୟ ପାଇଁ  ନିମ୍ନେ ଊର୍ଦ୍ଧ୍ୱେଧାଇଁ

   ମାନବ ଜନମ କରିଲେ ତପ

ଏ ରୂପେ କରମ    ସାଧିଲେ ପରମ

   ଗତି ଜାଣ ଏହା ନୁହଁଇ ଗପ ।

ଦୟା ପ୍ରୀତି ଭାବ  ଜୀବେ ଥିଲେ ଲାଭ

   ସନ୍ତୋଷ ହୁଅନ୍ତି ପରମ ପିତା

ସୃଜନ ବିଲୟେ    ନିରାଶନ୍ତି ଲୟେ

   ଏହି ତତ୍ତ୍ୱସାର ବିଶଦ ଗୀତା ।

     ପ୍ରସନ୍ନ କୁମାର ମାଦଳା

#Positiveindia


Rate this content
Log in