Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abhiram Sahoo

Inspirational Others

3  

Abhiram Sahoo

Inspirational Others

କାହାରି ଆଖିର

କାହାରି ଆଖିର

1 min
6.6K


କାହାରି ଆଖିର ଲୁହ ତୁମେ ପୁଣି

କାହାରି ଓଠର ହସ

କାହାରି ମନର ମଉସୁମୀ ଆଉ

କା'ପାଇଁ ନିଆଁର ଧାସ ॥

କାହା ଜୀବନର ଚଲା ପଥେ ତମେ

ଆଶାର ଆଲୋକ ରେଖା

କାହା ପାଦ ତଳେ ମରୁ ବାଲି ଭରା

ଡହଡହ ମରୀଚିକା

କାହା କଳସୀର ଭରା ଜଳ ତୁମେ

କାହା ଛାତି ତଳ ଶୋଷ ॥

କେଉଁ ବଗିଚାର ଗୋଲାପ ତମେ ତ

କେଉଁ ବଗିଚାର କଣ୍ଟା

କେଉଁ ନଈ କୂଳେ ପ୍ରୀତିର ଜୁଆର

କେଉଁ ପୀରତିରେ ଭଟ୍ଟା

ମିଳନ ନିଆଁରେ ଜଳି ଉଠି କେବେ

ବିରହରେ ହୁଅ ଶେଷ ॥

×××ଅଭିରାମ ସାହୁ।


Rate this content
Log in

Similar oriya poem from Inspirational