Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Inspirational Others

3  

Sadananda Sahoo

Inspirational Others

ସ୍ଵର୍ଣ୍ଣିମ ଆବାସ

ସ୍ଵର୍ଣ୍ଣିମ ଆବାସ

1 min
255


ଆବାସ ନିବାସ ପ୍ରକାଶ୍ୟ ଆଲୋକ

ସଂସାର'ର ଚିର ଛବି ,

ଭାବ ବନ୍ଧନର ନିଆରା ମନ୍ଦିର

ହସେ ଅଂଶୁମାନ ଭବି ।1।


ସ୍ଵର୍ଣ୍ଣିମ ମନ୍ଦିର ପ୍ରୀତିର ଭଣ୍ଡାର

ବୈକୁଣ୍ଠ ସମାନ ଘର ,

ପରଷ୍ପର ସ୍ନେହ ଥାଏ ନିରନ୍ତର

ଝରଇ ଅମୃତ ନୀର ।2।


ସମାଜେ ସ୍ଵୀକୃତ ଏଇ ସୁନା ନୀଡ

ପ୍ରତିଷ୍ଠାରେ ଅଛି ଖ୍ୟାତି ,

ଶୃଙ୍ଖଳାବୋଧର ଚରମ ସ୍ଵାକ୍ଷର

ଉଦ୍ଭାସିତ ହୁଏ ପ୍ରୀତି ।3।


ପିତାମହ ପିତା ନିର୍ମାଣ ଦେବତା

ଗଢି ଯାଇଛନ୍ତି ନୀଡ ,

କମାଣ ନିହାଣ ସ୍ଵୟଂ ପୂର୍ଣ୍ଣ ଜାଣ

ଭାଙ୍ଗି ପାରିବନି ଝଡ ।4।


ସୁନା ରୂପା ଧନ ନାହିଁ ପ୍ରୟୋଜନ

ନିତି ଫୁଟେ ପ୍ରୀତି ଫୁଲ ,

ଆହା କି ବିଚିତ୍ର ଆବାସ ସଚିତ୍ର

ସଭିଁଏ ହୁଅନ୍ତି ଗେଲ ।5।


ଆମ ସୁନା ବସା ହସୁଛି ସର୍ଵଦା

ସୁଖର ସୌହାର୍ଦ୍ଦ୍ୟ ମେଲି ,

ଜ୍ୟେଷ୍ଠ ବୟୋଜ୍ୟେଷ୍ଠ ଚିରପୂଜ୍ୟସ୍ପଦ

ହସଫୁଲ ଦ୍ୟନ୍ତି ଢାଳି ।6।


ମମତା ସମତା ପାଳନ୍ତିତ' ମାତା

ସଭିଁଏ ହୁଅନ୍ତି ଖୁସି ,

ସ୍ନେହର ରଙ୍କୁଣୀ ଆମରି ଜନନୀ

ଟିକି ବସା ଉଠେ ହସି ।7।


ଶାବକର ଆଶା ହୁଏନି ବିବଶା

ସଭିଁଏ ସ୍ଵଜ୍ଜଳ ଧାରା ,

ଦୟାପରବେଶ ସର୍ବ ବୟୋଜ୍ୟେଷ୍ଠ

ନିଆରା ହୃଦୟ ପରା ।8।


ପିତା ମାତା ଶାନ୍ତି ଉଚ୍ଛୁଳେ ପୀରତି

ରୌପ୍ୟ ସ୍ଵର୍ଣ୍ଣ ନାହିଁ ଲୋଡା ,

ଆମରି ସଂସାର ଆମ ସୁନା ଘର

ଭୋଗିବନି ଜମା ପିଡା ।9।


ଜଗତର ନାଥ ଏ'ତୁମ୍ଭରି ବିଭବ

ସୁଖର ସୌନ୍ଦର୍ଯ୍ୟ ଛବି ,

ଚିର ହସ ପୁଷ୍ପ ହେଉ ପ୍ରସ୍ପୁଟିତ

ଟିକିବସା ରଖ ଢାଙ୍କି ।10।

ସଦାନନ୍ଦ ସାହୁ ,ଧୁରୁଷିଆ , ଆଠଗଡ଼ , କଟକ


Rate this content
Log in

Similar oriya poem from Inspirational