Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Samir Kar

Others

3  

Samir Kar

Others

ବୋଉ

ବୋଉ

1 min
404


ମନେପଡେ ବାଲ୍ୟ-କାଳ ହାତେ ବାଲି ମୁଠା ମୁଠା

ହାତଧରି ବୋଉ ଡାକେ, ଖାଇଦେ ଆ ଖଣ୍ଡେ ପିଠା


ବୋଉ ବୋଲ ନମାନିଲେ, ବୁଲୁଥିଲେ ନଈ-ପଠା

ବୋଉର ଗାଳି-ଆକଟ, "ଗାଲୁଆ, ମୂର୍ଖ, ନିଲଠା


ବୋଉହାତ ହସ୍ତାକ୍ଷର ବୋଉର ଦୋକାନ-ଚିଠା

ବୋଲ-ହାକ ବlହାନାରେ ଏଠାକୁ ସେଠାକୁ ପଠା


ବଡି-ଭୋର୍ ପାହାନ୍ତାରୁ, ବୋଉର ଶେଯରୁ- ଉଠl

ବହି ରେ ମଲାଟ-ମଡା, ମାଖିଦେଇ ବେଲ-ଅଠା


ବାଡିପଟେ ଚୁଲି ଜାଳି ବୋଉ ପୋଡେ, ପୋଡପିଠା

ବୋଉ ପରି ବାସ୍ନାହୁଏ, ବୋଉ ପିନ୍ଧା ସିଲକି ମଠା


ବୋଉ କରେ ତରକାରୀ, ବେସର- ପଣସ କଠା

ପୂଜା ପର୍ବାଣି ରେ ମଣ୍ଡା କାକରା କୋରା ଗଇଁଠା


ବୋଉସାଙ୍ଗେ ବୋଲହାକ, ବୋଉସାଙ୍ଗେ ଫଟୋଉଠା

ବୋଉସାଙ୍ଗେ ବାର୍ତ୍ତାଳାପ ଲାଗେ ଭାରି ମିଠା ମିଠା



Rate this content
Log in