ଜୀବନ
ଜୀବନ
1 min
460
ଜୀବନର ଏଇ ରଙ୍ଗମଞ୍ଚରେ ହେ
ଅଭିନୟ କରୁ କରୁ
ଫେରିବାକୁ ହେବ ଶେଷ ପର୍ଯ୍ଯାୟରେ
ଆସିଥିଲେ ଯେଉଁ ଠାରୁ
ହସ ଲୁହର ଏ ସଂସାର ଭିତରେ
କରିବା ଏମିତି କାମ
ମଲା ପରେ ମଧ୍ୟ ଏଇ ଦୁନିଆଁରେ
ରହିଥିବ ଆମ ନାମ
ପର ହିତ ପାଇଁ ଏଇ ଜୀବନକୁ
କରି ଦେଲେ ଉତ୍ସର୍ଗିତ
ମଣିଷ ଜୀବନ ସାର୍ଥକ ହୋଇବ
ଲଙ୍ଘିଯିବା କଣ୍ଟକିତ
ମାୟାର ସଂସାରେ ମିଛ ବନ୍ଧନରେ
ବାନ୍ଧି ହୁଏ ମୋ ଜୀବନ
ତେଲ ଲୁଣର ଏ ସଂସାର ଭିତରେ
ତୁମେ ସାହା ଭଗବାନ
[ ପ୍ରେମ୍ କବି ଜଗବନ୍ଧୁ ସାହୁ ]
[ ଛଞ୍ଚାଣିଆ ପଲ୍ଲୀ ( ଗଞ୍ଜାମ ) ]