Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Tragedy

5.0  

ବି. ନିରୁପମା

Tragedy

ନେଇ ଯା' ମୋତେ

ନେଇ ଯା' ମୋତେ

1 min
1.6K



ଅତି ଆକୁଳରେ ଜଗା ଡାକୁଛି ତୋତେ ,
ବାହୁଡେଇ ନେଇ ଯା' ତୋ ପାଖକୁ ମୋତେ-
ଆଉ କେଉଁଥିରେ ଆଶ ,
ନାହିଁରେ ମୋ ପୀତବାସ..
ନିରିମାଲ୍ୟ ଟିକେ ଦେଏ ଆପଣା ହାତେ ।(୦)
ବାହୁଡେଇ ନେଇ ଯା' ତୋ ପାଖକୁ ମୋତେ ।

ଏ ଘୋର ମାୟା ସଂସାରେ ,
ଉଡ଼ି ଗଲାଣି ହଂସାରେ...
ବେଳ ଥାଉଁ ଥାଉଁ ତେଣୁ-ଡାକୁଛି ତୋତେ ।(୧)
ବାହୁଡେଇ ନେଇ ଯା' ତୋ ପାଖକୁ ମୋତେ ।

ଆତ୍ମାକୁ ହେଲାଣି ବାଧା ,
ନାହିଁ କାହିଁରେ ଶରଧା...
ତୁଟେଇ ଦେ ମାୟା,ମୋହ,ବନ୍ଧନ ଯେତେ ।(୨)
ବାହୁଡେଇ ନେଇ ଯା' ତୋ ପାଖକୁ ମୋତେ....
(ଘୋଷା)

ବି. ନିରୁପମା
ମାମୁରିଆ, ଛେଣ୍ଡିପଦା,ଅନୁଗୋଳ।


Rate this content
Log in

Similar oriya poem from Tragedy