Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Hrushikesh Satpathy

Others

3  

Hrushikesh Satpathy

Others

ଅଭିମାନୀ ଦେବଦାସୀ

ଅଭିମାନୀ ଦେବଦାସୀ

1 min
8.1K


ଆଷାଢ଼ ର ଅସରାଏ ବର୍ଷା

ତୁମ ପାହାଚକୁ ଚୁମି ଦେଲା ପରେ

ତୁମେ ଶ୍ରାବଣୀ କୁ ପଚାରିବ କିଆଁ ?


ଭକ୍ତଙ୍କର ସମାବେଶ ଭିଡ

ତୁମ ବଡ ଦାଣ୍ଡେ ଲାଗିଗଲା ପରେ

ଦେବଦାସୀ ତୁମ ଅଜଣା ଅଶୁଣା ।


ନୀଳ ଚକ୍ର ଫର ଫର ବାନା

ଶ୍ରୀ ମନ୍ଦିରେ ତୁମ ଉଡ଼ିଗଲା ପରେ

ତୁମେ ପରା କେତେ ନୀରବ ନିଶ୍ଚଳ ।


ନୀରବରେ ଲୁଚି ଲୁଚି କାନ୍ଦ

ଅଜାଣତେ ନିଜେ ମଉନେ ଗୋପନେ

ମାପିପାରେ ତୁମ ନୟନର ଜଳ ।


ଚନ୍ଦ୍ର ସୂର୍ଯ୍ୟ ଆକାଶ ସାଗର

ସଭିଙ୍କର ତୁମେ ସମ୍ପୂର୍ଣ୍ଣ ସଙ୍ଗମ

ଅବିରତ ତୁମେ ଅକ୍ଷର ଭାସ୍ୱର ।


ତୁମ ସେଇ ଦିବ୍ୟ ଦୃଷ୍ଟି ନେଇ

ଅର୍ପିଥାଅ ତୁମେ ସୁରକ୍ଷା କବଚ

ସକଳଙ୍କ ପାଇଁ ସୁଖ ନିରନ୍ତର ।


ସାଗରକୁ ଘୁର୍ଣ୍ଣି ଘାରିଦେଲେ

ଘର୍ଘର ଧ୍ୱନୀରେ କମ୍ପେ ତା'ର ବେଳା

ତୁମେ ପୁଣି ତାକୁ ସ୍ଥିତପ୍ରଜ୍ଞ କର ।


ଚନ୍ଦ୍ରମାକୁ ଗ୍ରହଣ ଗ୍ରାସିଲେ

ତୁମରି ନିର୍ଦ୍ଦେଶେ,ଆଶ୍ୱାସନା ଦେଇ

ଚନ୍ଦ୍ରମାକୁ ତୁମେ ଗ୍ରହରୁ ଉଦ୍ଧାର ।


ଆହେ ପ୍ରଭୁ,ବିଧାନ କରତା

ବିଶ୍ୱ ପାଇଁ ତୁମେ ବିଶ୍ୱାସ ପ୍ରତୀକ

ଶାନ୍ତି,ମୈତ୍ରୀ,ପ୍ରୀତି ତୁମ ଅଙ୍ଗୀକାର ।


ଉଚ୍ଚ,ନୀଚ,ବର୍ଣ୍ଣ ଅଭେଦରେ

ଗଢିଦିଅ ଏକ ନୂତନ ସଂସାର

ପୁଣ୍ୟ ପ୍ରାଣା ମନ ନେଇ ମଣିଷର ।




ଅଭିମାନେ ଅଭିମାନୀ ହୋଇ

ଗାଇଗଲି ତୁମ ହୃଦୟର ଆଗେ

ନିଜପାଇଁ ନୁହେଁ, ଦୁନିଆଁର ପାଇଁ ।


ପରମ୍ପରା ଭିତରେ ଭିତରେ

ରଖିଦିଅ ହାତ ମଥାରେ ମଥାରେ

ଦୁଃଖୀଙ୍କର ଦୁଃଖ ଜାତକରୁ ଧୋଇ ।


Rate this content
Log in